ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ: ପେଟ୍ରୋଲ ୧୪, ଡିଜେଲ ୧୫ ପଇସା ବଢ଼ିଲା
ନୂଆଦିଲ୍ଲୀ: ଅଶୋଧିତ ତୈଳ ଦରରେ ପ୍ରାୟ ୧୩%ରୁ ଅଧିକ ବୃଦ୍ଧି ଘଟିବା ପରେ ମଙ୍ଗଳବାର ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ଏଥିଯୋଗୁ ପେଟ୍ରୋଲ ଲିଟର ପିଛା ୧୪ ପଇସା ଏବଂ ଡିଜେଲ ୧୫ ପଇସା ବଢିଛି ।
ମଙ୍ଗଳବାର ରାଜଧାନୀ ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୧୪ ପଇସା ବୃଦ୍ଧି ଘଟି ୭୨ ଟଙ୍କା ୧୭ ପଇସାରେ ପହଞ୍ଚିଛି ।ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୧୫ ପଇସା ବୃଦ୍ଧି ଘଟି ୬୫ ଟଙ୍କା ୫୮ ପଇସା ଛୁଇଁଛି । ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୬ ପଇସା ବୃଦ୍ଧି ଘଟି ୭୧ ଟଙ୍କା ୨୬ ପଇସା ବୃଦ୍ଧି ଘଟିଛି । ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୧୯ ପଇସା ବୃଦ୍ଧି ଘଟି ୭୦ ଟଙ୍କା ୪୦ ପଇସାରେ ପହଞ୍ଚିଛି ।