www.samajalive.in
Friday, December 12, 2025
23.1 C
Bhubaneswar

ଏସିଆନ୍‍ ଏକ୍ସଲେଣ୍ଟ ଚଳଚ୍ଚିତ୍ର ପୁରସ୍କାର ପାଇଁ ‘କ୍ରାନ୍ତିଧାରା’ ମନୋନୀତ

ଭୁୁବନେଶ୍ୱର: ‘ଏସିଆନ୍‍ ଏକ୍ସଲେଣ୍ଟ ଚଳଚ୍ଚିତ୍ର ପୁରସ୍କାର’ ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ ମନୋନୀତ ହୋଇଛି। ଦକ୍ଷିଣକୋରିଆର ସିଓଲଠାରେ ଅନୁଷ୍ଠିତ ହେବାକୁ ଥିବା ‘ସିଓଲ ଆନ୍ତର୍ଜାତିକ ୟୁଥ ଫିଲ୍ମ ଫେଷ୍ଟିଭାଲ’ ଅବସରରେ ‘କ୍ରାନ୍ତିଧାରା’କୁ ଏହି ପୁରସ୍କାର ପ୍ରଦାନ କରାଯିବ। ମହୋତ୍ସବର ଉଦ୍‍ଘାଟନୀ ଉତ୍ସବରେ ଅତିଥି ରୂପେ ଯୋଗଦେବାକୁ ନିର୍ଦେଶକ ହିମାଂଶୁ ଖଟୁଆଙ୍କୁ ନିମନ୍ତ୍ରିତ କରାଯାଇଛି।
ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ତଥା କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ର ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ଶ୍ରୀ ଖଟୁଆ। ଡ. ଇତି ସାମନ୍ତଙ୍କ କ୍ଷୁଦ୍ରଗଳ୍ପ ‘ଝଡ଼ ପରର ସୂର୍ଯ୍ୟ’ର କାହାଣୀ ଆଧାରରେ ଏହା ନିର୍ମିତ। ରାଜନୈତିକ ପ୍ରେକ୍ଷାପଟରେ ଜଣେ ନାରୀର ସଂଘର୍ଷମୟ ଗାଥାକୁ ଏକ ସକାରାତ୍ମକ ଢଙ୍ଗରେ ଏଥିରେ ଉପସ୍ଥାପିତ କରାଯାଇଛି। ଏହି ଚଳଚ୍ଚିତ୍ରଟି ପୂର୍ବରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇସାରିଛି। ବିଭିନ୍ନ ଭୂମିକାରେ ଗାର୍ଗୀ ମହାନ୍ତି, ସମରେଶ ରାଉତରାୟ, ଦେବାଶିଷ ପାତ୍ର, ପ୍ରିୟ ମିଶ୍ର, ବିଜୟଲକ୍ଷ୍ମୀ ପ୍ରହରାଜ, ବିଦ୍ୟୁତପ୍ରଭା ପଟ୍ଟନାୟକ, ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ଓ ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories