www.samajalive.in
Friday, December 12, 2025
27.1 C
Bhubaneswar

ନୂଆ ରୂପ ପାଇବ ରାଜଧାନୀର ପାର୍କ: ବିଶ୍ବସ୍ତରୀୟ ହେବ ବିଜୁ ପଟ୍ଟନାୟକ ପାର୍କ

ଭୁବନେଶ୍ବର: ସରକାରୀ ଯୋଜନା ଠିକଣା ବାଟରେ କାର୍ଯ୍ୟକାରୀ ହେଲେ ରାଜଧାନୀରେ ଥିବା ପ୍ରମୁଖ ପାର୍କର ଚିତ୍ର ବଳଦିଯିବ। ପାର୍କରେ ଡିଜିଟାଲ୍ ବୋର୍ଡ, ସଙ୍ଗୀତ ପରିବେଷଣ, ଫୁଡ୍‌ କର୍ଣ୍ଣର, ରେସ୍ତୋଁରା, କାଫେଟେରିଆ ଓ ଲେଡିସ୍‌ କର୍ଣ୍ଣର ଆଦି ରହିବ। ଏଥିସହ ଏକାଧିକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟାଜନ କରାଯିବ। ଏଥିପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଯୋଜନା ପ୍ରସ୍ତୁତ କରିଛି। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଆଲୋଚନା ହୋଇଛି।
ହସ୍ତଗତ ସୂଚନା ଅନୁସାରେ ୟୁନିଟ୍-୬ରେ ଥିବା ବିଜୁ ପଟ୍ଟନାୟକ ପାର୍କକୁ ବିଶ୍ବସ୍ତରୀୟ ପାର୍କରେ ରୂପାନ୍ତରିତ କରାଯିବ। ସେହିପରି ମଧୁସୂଦନ ଦାସ ପାର୍କ, ଇନ୍ଦିରାଗାନ୍ଧୀ ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କକୁ ମଧ୍ୟ ଏହି ଆଧୁନିକୀକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ନିଳାଦ୍ରୀ ବିହାରରେ ଥିବା ବୁଦ୍ଧ ଜୟନ୍ତୀ ପାର୍କରେ ଫରେଷ୍ଟ ଟ୍ରେଲ୍ ବ୍ୟବସ୍ଥା ଆରମ୍ଭ ହେବ। ଭୁବନେଶ୍ୱରର ପ୍ରତ୍ୟେକ ପାର୍କରେ ଜଣେ ଲେଖାଏଁ ଯୋଗ ଶିକ୍ଷକ ନିୟୋଜିତ ହେବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ଚାରା ଓ ଜୈବିକ ଖତ ଯୋଗାଇ ଦିଆଯିବ। ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ସହାୟତାରେ ସପ୍ତାହରେ ଥରେ ପ୍ରତି ପାର୍କରେ ଉତ୍ସବ ଆୟୋଜିତ ହେବ। ଯୋଗ ଶିବିର, ମ୍ୟୁଜିକ୍, ଚିତ୍ରାଙ୍କନ, ନାଟକ ପରିବେଷଣ, ପିଲାମାନଙ୍କ ପାଇଁ ଖେଳ, କୌତୁକ ବେଶ ପ୍ରତିଯୋଗିତା, ଫ୍ଲି ମାର୍କେଟ୍, କମ୍ୟୁନିଟି ଗାର୍ଡେନିଂ, ଫିଲ୍ମ ନାଇଟସ୍, କବିତା ପାଠୋତ୍ସବ, ସଚେତନତା କାର୍ଯ୍ୟକ୍ରମ, କଳା ପ୍ରଦର୍ଶନୀ, ଖାଦ୍ୟ ପ୍ରସ୍ତୁତି କର୍ମଶାଳା, ଶାରୀରିକ କଳା, ଗଳ୍ପ କଥନ ଉତ୍ସବ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ। ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ପାର୍କ ଭିତର ପାଦ ଚଲା ରାସ୍ତାକୁ ୫ରୁ ୬ ଫୁଟ କରାଯିବ। ପାର୍କର ନବୀକରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ଏବଂ ନଭେମ୍ବର ୧୫ ସୁଦ୍ଧା ଏସବୁ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପି.କେ ଝା, ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସମେତ ସଂପୃକ୍ତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

Related Articles

Popular Categories