www.samajalive.in
Monday, December 15, 2025
26.1 C
Bhubaneswar

ଅମିତାଭ ବଚ୍ଚନଙ୍କ ସ୍ବର ଥିବା କୋଭିଡ୍‌ କଲର୍‌ ଟ୍ୟୁନ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିଶନ

ନୂଆଦିଲ୍ଲୀ: କରୋନା ଭୂତାଣୁର ବିପଦ ବର୍ତ୍ତମାନ ସୁଦ୍ଧା କମିନାହିଁ। କରୋନା ଭୂତାଣୁଠାରୁ କିପରି ରକ୍ଷା ମିଳିବ ସେ ଦିଗରେ ଲୋକଙ୍କୁ ସରକାର ସଚେତନ କରାଉଛନ୍ତି। ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଦେଶରେ ଲକଡାଉନ୍‌ ଲାଗୁ ହେବାଠାରୁ କରୋନା ଭୂତାଣୁକୁ ନେଇ ଲୋକଙ୍କୁ ସଚେତନ କରାଇବା ପାଇଁ କଲର୍‌ ଟ୍ୟୁନ୍‌ସ ଶୁଣିବାକୁ ମିଳୁଛି। ବର୍ତ୍ତମାନ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ସ୍ବରରେ ଶୁଣିବାକୁ ମିଳିଥିବା କଲର୍‌ ଟ୍ୟୁନ୍‌ ହଟାଇବା ପାଇଁ ଦାବି ହୋଇଛି। ଏ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି।

କରୋନା ସଂକ୍ରମଣ କାଳରେ ସରକାର ଲୋକଙ୍କୁ ସଚେତନ କରିବା ଏବଂ ଏହି ମହାମାରୀଠାରୁ ରକ୍ଷା ପାଇବା ଲାଗି ଫୋନରେ ଶୁଣିବାକୁ ମିଳୁଥିବା କଲର ଟ୍ୟୁନ୍‌କୁ ସରକାର ବଦଳାଇ ଦେଇଥିଲେ। ଅନେକ ଦିନ ଧରି ଲୋକମାନେ ଫୋନରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ଏବଂ କରୋନାରୁ ବର୍ତ୍ତିବାର କଲର ଟ୍ୟୁନ୍‌ ଶୁଣି ଆସୁଛନ୍ତି। ଜଣେ ମହିଳାଙ୍କ ସ୍ବରରେ ଏହି କଲର ଟ୍ୟୁନ ଶୁଣିବାକୁ ମିଳୁଥିଲା। ପରବର୍ତ୍ତୀ ସମୟରେ ତାହାକୁ ବଦଳାଇ ଦିଆଯାଇଛି। ଅମିତାଭ ବଚ୍ଚନଙ୍କ ସ୍ବରରେ ଏହି କଲର ଟ୍ୟୁନ୍‌ ଶୁଣିବାକୁ ମିଳୁଛି।

- Advertisement -

କଲର ଟ୍ୟୁନରେ କ’ଣ କହୁଛନ୍ତି ଅମିତାଭ ?

କଲର ଟ୍ୟୁନରେ ଅମିତାଭ ବଚ୍ଚନ କହୁଛନ୍ତି, ନମସ୍କାର, ଆମ ଦେଶ ଏବଂ ପୂରା ବିଶ୍ବ ଆଜି କୋଭିଡ-୧୯ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। କୋଭିଡ-୧୯ ଏବେ ଶେଷ ହୋଇନାହିଁ। ଏଭଳି ସ୍ଥିତିରେ ଆମର କର୍ତ୍ତବ୍ୟ ହେଉଛି ଆମେ ସତର୍କ ରହିବା। ଏଥିପାଇଁ ଯେପର୍ଯ୍ୟନ୍ତଔଷଧ ନାହିଁ, ସେପର୍ଯ୍ୟନ୍ତ କୌଣସି ଅବହେଳା ନାହିଁ। କରୋନାଠାରୁ ବର୍ତ୍ତିବା ପାଇଁ ଜରୁରୀ, ନିୟମିତ ରୂପେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ପରସ୍ପର ମଧ୍ୟରେ ଉପଯୁକ୍ତ ଦୂରତା ବଜାୟ ରଖିବା। ମନେ ରଖିବା, ଦୁଇ ଗଜ ଦୂରତା, ମାସ୍କର ଆବଶ୍ୟକତା। କାଶ, ଜ୍ବର କିମ୍ବା ନିଃଶ୍ବାସ ନେବାରେ ଅସୁବିଧା ହେଲେ ହେଲ୍‌ପଲାଇନ ନମ୍ବର ୧୦୭୫ ସହିତ  ସମ୍ପର୍କ କରନ୍ତୁ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories