ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦ ପାଇଁ ଆଫ୍ରିକୀୟ ଦେଶମାନଙ୍କର ସ୍ୱଳ୍ପ ପ୍ରତିନିଧିତ୍ୱ ଉପରେ ଆତ୍ମସମୀକ୍ଷା କରିବାକୁ ଭାରତ ଆହ୍ୱାନ ଦେଇଛି। ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି, ଜାତିସଂଘ ନିରାପତ୍ତା ପରିଷଦର ଅର୍ଦ୍ଧାଧିକ ବିଷୟ ଯଦିଓ ଆଫ୍ରିକା ସମ୍ବନ୍ଧୀୟ ରହିଛି, ତଥାପି ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଗୋଟିଏ ବି ହେଲେ ଆଫ୍ରିକୀୟ ଦେଶରୁ ପ୍ରତିନିଧିତ୍ୱ ରହି ନାହିଁ।
ସେ କହିଛନ୍ତି, ଏହି ଐତିହାସିକ ତ୍ରୁଟିର ସୁଧାର ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପଦକ୍ଷେପ ନେବା ଉଚିତ ଓ ଏଜୁଲ୍ୱିନି ସହମତିକୁ ସାମୂହିକ ସମର୍ଥନ ପ୍ରଦାନ କରାଯିବା ଆବଶ୍ୟକ। ବୈଦେଶିକ ସଚିବ ଗତ ରାତିରେ ଜାତିସଂଘ ନିରାପତ୍ତା ପରିଷଦରେ ଉଦବୋଧନ ଦେଇ ଏହା କହିଛନ୍ତି। ସାମ୍ପ୍ରତିକ ବିଶ୍ୱରେ ଆଫ୍ରିକା ପ୍ରମୁଖ ଭୂମିକା ନେବା ଆରମ୍ଭ କରିଥିବାରୁ ଏହାକୁ ସ୍ୱାଗତ କରି ସେ କହିଛନ୍ତି, ଆଫ୍ରିକା ୟୁନିୟନ୍ ସମଗ୍ର ଆଫ୍ରିକା ଅଞ୍ଚଳରେ ଏକତ୍ରୀକରଣ ଓ ଶାନ୍ତିସ୍ଥାପନ କ୍ଷେତ୍ରରେ ନେତୃତ୍ୱ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ସେ କହିଛନ୍ତି, ଆଫ୍ରିକା ୟୁନିୟନ୍ ଓ ଜାତିସଂଘ ମଧ୍ୟରେ ସହଯୋଗ ବୃଦ୍ଧି ଯୋଗୁଁ ସକାରାତ୍ମକ ଫଳ ଦେଖିବାକୁ ମିଳିଛି।



