www.samajalive.in
Saturday, December 13, 2025
27.1 C
Bhubaneswar

ଆନ୍ତର୍ଜାତିକ କ୍ରିକେଟ୍‌ରୁ ସିଡ୍‌ଲଙ୍କ ଅବସର

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ କ୍ରିକେଟ ଦଳର ବରିଷ୍ଠ ପେସ୍ ବୋଲର ପିଟର ସିଡ୍‌ଲ ରବିବାର ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୧ ବର୍ଷ ଆନ୍ତର୍ଜାତିକ କ୍ରିକେଟ ଖେଳିବା ପରେ ୩୫ ବର୍ଷ ବୟସ୍କ ସିଡ୍‌ଲ ଆଉ ଅଷ୍ଟ୍ରେଲିଆ ପାଇଁ ଖେଳିବେନାହିଁ ବୋଲି ଘୋଷଣା କରିଛନ୍ତି। ଚଳିତବର୍ଷ ଇଂଲଣ୍ଡରେ ଘରୋଇ ଦଳ ବିପକ୍ଷରେ ଆସେସ୍ ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ସିଡ୍‌ଲଙ୍କ ଜୀବନର ଅନ୍ତିମ ଟେଷ୍ଟମ୍ୟାଚ୍ ଥିଲା। ଜୋସ୍ ହାଜେଲ୍‌ଉଡ୍‌ ଆହତହେବା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ବକ୍ସିଂ ଡେ’ରେ ଆରମ୍ଭ ହୋଇଥିବା ୨ୟ ଟେଷ୍ଟମ୍ୟାଚ୍‌ ଲାଗି ସିଡ୍‌ଲଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରା ଯାଇଥିଲା। ତେବେ ଜେମ୍‌ସ ପ୍ୟାଟିନ୍‌ସନଙ୍କୁ ଏହି ମ୍ୟାଚ୍ ଖେଳିବାକୁ ଅଷ୍ଟ୍ରେଲିଆ ଦଳ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବା ପରେ ସିଡ୍‌ଲ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେବା କଥା ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗରଙ୍କୁ ୨୬ରେ ହିଁ ଜଣାଇ ଦେଇଥିଲେ। ରବିବାର ମ୍ୟାଚ୍‌ର ୪ର୍ଥ ଦିନର ଖେଳ ପ୍ରାରମ୍ଭରେ ଅଷ୍ଟ୍ରେଲିଆର ଡ୍ରେସିଂରୁମ୍‌ରେ ଦଳର ସାଥୀ ଖେଳାଳିମାନଙ୍କୁ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବା କଥା ପିଟର ସିଡ୍‌ଲ ଜଣାଇ ଦେଇଥିଲେ। କାରଣ; ଜାନୁୟାରୀ ୩ରୁ ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ପାଇଁ ଦଳରୁ ସିଡ୍‌ଲଙ୍କୁ ବାଦ୍ ଦିଆ ଯାଇଥିଲା।
ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ହେଁ ପିଟର ସିଡ୍‌ଲ ତାଙ୍କ ରାଜ୍ୟ ଭିକ୍ଟୋରିଆ ପାଇଁ ଘରୋଇ କ୍ରିକେଟ ଏବଂ ବିଗ୍ ବାସ୍ ଲିଗ୍‌ରେ ଆଡିଲେଡ୍‌ ଷ୍ଟ୍ରାଇକର୍ସ ପାଇଁ ଖେଳିବା ଜାରିରଖିବେ ବୋଲି କହିଛନ୍ତି। ଦୀର୍ଘଦିନ ଧରି ସିଡ୍‌ଲ ଅଷ୍ଟ୍ରେଲିଆ ବୋଲିଂ ଆକ୍ରମଣର ଅଭିନ୍ନ ଅଙ୍ଗ ଥିଲେ। ୨୦୦୮ ଅକ୍ଟୋବରରେ ମୋହାଲିରେ ଭାରତ ବିପକ୍ଷରେ ପିଟର ସିଡ୍‌ଲ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ ଏବଂ ଏହି ମ୍ୟାଚ୍‌ରେ ୪ଟି ୱିକେଟ ନେଇଥିଲେ। ସିଡ୍‌ଲଙ୍କ ପ୍ରଥମ ଟେଷ୍ଟ ୱିକେଟ ଥିଲେ ସଚିନ ତେନ୍ଦୁଲକର। ଏହି ମ୍ୟାଚ୍‌ରେ ସେ ଗୌତମ ଗମ୍ଭୀରଙ୍କ ହେଲ୍‌ମେଟରେ ବଲ୍‌ ବଜାଇଥିଲେ। ତାଙ୍କର ଗତି ଯୋଗୁଁ ସିଡ୍‌ଲ କ୍ରିକେଟ ଦୁନିଆରେ ବେଶ୍‌ ପରିଚିତ ଥିଲେ। ଅଦ୍ୟାବଧି ସିଡ୍‌ଲ ୬୭ଟି ଟେଷ୍ଟମ୍ୟାଚ୍ ଖେଳି ୨୨୧ଟି ୱିକେଟ ନେଇଛନ୍ତି। ସେ ଏକ ଟେଷ୍ଟ ଇନିଂସରେ ୮ଥର ୫ କିମ୍ବା ଅଧିକ ୱିକେଟ ନେଇଛନ୍ତି। ଏକ ଟେଷ୍ଟରେ ତାଙ୍କ ଶ୍ରେଷ୍ଠ ବୋଲିଂ ହେଉଛି ୫୪ ରନ୍‌ରେ ୬ ୱିକେଟ ଏବଂ ଏକ ମ୍ୟାଚ୍‌ରେ ଶ୍ରେଷ୍ଠ ବୋଲିଂ ହେଉଛି ୧୦୪ ରନ୍‌ରେ ୬ ୱିକେଟ। ସେ ୨୦ଟି ଦିନିକିଆ ମ୍ୟାଚ୍ ଖେଳି ୧୭ଟି ଏବଂ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୩ଟି ୱିକେଟ ନେଇଛନ୍ତି। ପ୍ୟାଟ୍‌ କମିନ୍‌ସ, ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍‌ ଓ ଜେମ୍‌ସ ପ୍ୟାଟିନ୍‌ସନଙ୍କ ଭଲ ପ୍ରଦର୍ଶନ ଯୋଗୁଁ ସିଡ୍‌ଲଙ୍କୁ ନିମୟିତ ଖେଳିବାକୁ ମିଳୁନଥିଲା। ୨୦୧୬ରୁ ୧୮ ପର୍ଯ୍ୟନ୍ତ ସିଡ୍‌ଲଙ୍କୁ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା। ଆସେସ୍ ସିରିଜ୍‌ରେ ସିଡ୍‌ଲ ୩ଟି ମ୍ୟାଚ୍‌ରୁ ୭ଟି ୱିକେଟ ନେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories