www.samajalive.in
Saturday, December 6, 2025
15.1 C
Bhubaneswar

ସାରଙ୍ଗଯୋଡ଼ି ହାଟରେ ଜମିଲା ଭିଡ଼: ସାମାଜିକ ଦୂରତ୍ଵକୁ ମାନିଲେନି ଗ୍ରାହକ, ପୁଲିସ ପହଞ୍ଚିବାରୁ ଛତ୍ରଭଙ୍ଗ ଦେଲେ

ସୁଆଣ୍ଡୋ: ଲକ୍‌ଡାଉନ ଯୋଗୁ ସହରରେ ରାସ୍ତାଘାଟ ଶୂନଶାନ ରହୁଛି। କିନ୍ତୁ ଅନେକ ଗ୍ରାମାଞ୍ଚଳରେ ଲୋକେ ସଚେତନ ହେଉନାହାନ୍ତି। ଏହାର ଏକ ଉଦାହରଣ ରବିବାର ଦେଖିବାକୁ ମିଳିଛି ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡ଼ି ହାଟରେ। ରବିବାର ହାଟ ପାଳି ଥିବାରୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ରକ୍ଷା କରିବା ଲାଗି ବିଭିନ୍ନ ସ୍ଥାନାକୁ ରେଖାଙ୍କିତ କରାଯାଇଥିଲା। ଚାଷୀ ଏବଂ ବ୍ୟବସାୟୀମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ବସି କାରବାର କରିବାକୁ ଧାର୍ଯ୍ୟ ହୋଇଥିଲା। ସେହିପରି ଗ୍ରାହକମାନେ ଚିଡ଼ା ହୋଇ ପନିପରିବା କିଣିବା ସମୟରେ କିପରି ସାମାଜିକ ଦୂରତା ରଖିବେ ସେଥିଲାଗି ସ୍ବତନ୍ତ୍ର ଭାବେ ଜାଗାକୁ ରେଖାଙ୍କିତ କରାଯାଇଥିଲା। ବ୍ୟବସାୟୀ ଏବଂ ଚାଷୀମାନେ ପ୍ରଶାସନର ନିୟମକୁ ମାନି ନିର୍ଦ୍ଦିଷ୍ଟ ସ୍ଥାନରେ ବସିଥିଲେ। କିନ୍ତୁ ଗ୍ରାହକ ଏସବୁକୁ ଖାତିର କରି ନ ଥିଲେ। ହାଟରେ ଭିଡ଼ ଲାଗିଥିବାବେଳେ ଗ୍ରାହକ ମନଇଚ୍ଛା ଏଣେତେଣେ ବୁଲି ପନିପରିବା କିଣୁଥିବା ଦେଖାଯାଇଥିଲା। ତେବେ ଖବରପାଇ ପୁଲିସ ପହଞ୍ଚିବାରୁ କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ ଗ୍ରାହକ ହାଟରୁ ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ଭିଡ଼ କମିଥିଲା ଏବଂ ସ୍ଥିତି ସ୍ବାଭାବିକ ହୋଇଥିଲା।

- Advertisement -

 

ସୂଚନାଯୋଗ୍ୟ, ସପ୍ତାହର ପ୍ରତି ବୁଧବାର ଓ ରବିବାର ଦୁଇଦିନ ଏଠାରେ ହାଟ ବସିଥାଏ । ହାଟ ପାଳିଦିନ ପୁରୀ, ସାକ୍ଷୀଗୋପାଳ, ଚନ୍ଦନପୁର ଓ ଭୁବନେଶ୍ବରକୁ ଏହି ହାଟରୁ ପରିବା ଯାଇଥାଏ । ଭିଡ଼ ନିୟନ୍ତ୍ରଣ ସହିତ ସାମାଜିକ ଦୂରତା ରକ୍ଷାରେ ପୁଲିସ ଓ ପ୍ରଶାସନର  ପଦକ୍ଷେପ କୁ ଜନସାଧାରଣ ସ୍ୱାଗତ କରିଛନ୍ତି । ରାତିରେ ବାଇକ ଏବଂ ଅଟୋ ଆଦି ଗାଡି ଚଳାଚଳ ଉପରେ ପ୍ରଶାସନ ନଜର ଦେବାକୁ ଲୋକମାନଙ୍କ ତରଫରୁ ଦାବି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories