www.samajalive.in
Saturday, December 6, 2025
17.1 C
Bhubaneswar

ଅପରେସନ ନମସ୍ତେ – ଯୋଧପୁରରେ ପହଁଚିଲେ ଇରାନରେ ଥିବା ୨୭୫ ଭାରତୀୟ

ସମାଜ ପୋର୍ଟାଲ ଡେସ୍କ: ଇରାନରୁ ୨୭୫ ଭାରତୀୟଂକୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆଜି ସକାଳେ ଯୋଧପୁରର ଆର୍ମି ୱେଲନେସ୍ କେନ୍ଦ୍ରକୁ ଅଣାଯାଇଛି। ନିର୍ଧାରିତ ପ୍ରକ୍ରିୟା ଅନୁଯାୟୀ, ସ୍ଥାନୀୟ ପ୍ରଶାସନ ଏବଂ ସେନାର ମେଡିକାଲ୍ ଟିମ୍ ଦ୍ୱାରା ଯୋଧପୁର ବିମାନବନ୍ଦରରେ ସେମାନଙ୍କ ପ୍ରାଥମିକ ପରୀକ୍ଷା କରାଯାଇଥିଲା। ଏହା ପରେ ସେମାନଙ୍କୁ ଯୋଧପୁରର ଆର୍ମି ୱେଲନେସ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରତିରକ୍ଷା ମୁଖପାତ୍ର ସମ୍ବିତ ଘୋଷ କହିଛନ୍ତି ଯେ ଅପରେସନ୍ ନମସ୍ତେର ଏକ ଅଂଶ ଭାବରେ ସେନା ପକ୍ଷରୁ ଆର୍ମି ୱେଲନେସ୍ କେନ୍ଦ୍ର ସ୍ଥାପନ କରାଯାଇଛି ଯେଉଁଥିରେ ସମସ୍ତ ସୁବିଧା ରହିଛି ଏବଂ ଏକାନ୍ତଵାସ ସମୟରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉଛି।

ପୂର୍ବରୁ ଇରାନରୁ ୨୫ ମାର୍ଚ୍ଚରେ ଯୋଧପୁରରେ ପହଞ୍ଚିଥିବା ୨୭୭ ଜଣଙ୍କୁ ଆର୍ମି ୱେଲନେସ୍ କେନ୍ଦ୍ରରେ ରଖାଯାଇଛି ଓ ସେନାର ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories