www.samajalive.in
Tuesday, November 18, 2025
27.1 C
Bhubaneswar

ମୟୂର ପୁଚ୍ଛର ପୌରାଣିକ ମହତ୍ତ୍ବ !

ହିନ୍ଦୁ ଧର୍ମରେ ମୟୂର ପୁଚ୍ଛର ବିଶେଷ ମହତ୍ତ୍ବ ରହିଛି । ମୟୂର ପୁଚ୍ଛରେ ସବୁ ଦେବୀ-ଦେବତା ଏବଂ ସବୁ ଗ୍ରହ ବାସ କରିଥାଆନ୍ତି ବୋଲି ମାନ୍ୟତା ରହିଛି । ତେଣୁ ମୟୂର ପୁଚ୍ଛ ଦ୍ବାରା ସବୁ ଗ୍ରହ ସମ୍ବନ୍ଧୀୟ ଦୋଷ ଦୂର କରାଯାଇ ପାରିବ ।

ପୌରାଣିକ ତଥ୍ୟ ଅନୁଯାୟୀ, ଭଗବାନ ଶିବ ମା’ ପାର୍ବତୀଙ୍କୁ ପକ୍ଷୀ ଶାସ୍ତ୍ରରେ ବର୍ଣ୍ଣିତ ମୟୂରର ମହତ୍ତ୍ବ ବିଷୟରେ ଜଣାଇଛନ୍ତି । ପ୍ରାଚୀନ କାଳରେ ସଂଧ୍ୟା ନାମରେ ଜଣେ ଅସୁର ଥିଲା। ସେ ବହୁତ ଶକ୍ତିଶାଳୀ ଓ ତପସ୍ବୀ ଅସୁର ଥିଲା । ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କାରଣରୁ ସଂଧ୍ୟା ଦେବାତାଙ୍କ ଶତ୍ରୁ ପାଲଟି ଯାଇଥିଲା।

- Advertisement -

ସଂଧ୍ୟା ଅସୁର କଠୋର ତପସ୍ୟା ବଳରେ ଭଗବାନ ଶିବ ଓ ବ୍ରହ୍ମାଙ୍କୁ ପ୍ରସନ୍ନ କରି ଅନେକ ଗୁଡିଏ ଶକ୍ତି ବରଦାନ ରୂପେ ପ୍ରାପ୍ତ କରିଥିଲା। ଶକ୍ତିଶାଳୀ ଅସୁର ସଂଧ୍ୟା ଭଗବାନ ବିଷ୍ଣୁଙ୍କ ଭକ୍ତଙ୍କୁ ହଇରାଣ କରୁଥିଲା। ଏହା ସହ ସ୍ବର୍ଗରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଲାଗିଲା। ଅସୁର ସଂଧ୍ୟା କିଛି ଦେବତାଙ୍କୁ ବନ୍ଦୀ ମଧ୍ୟ କରିଥିଲା। କୌଣସି ଉପାୟରେ ଦେବତାମାନେ ଅସୁର ସଂଧ୍ୟାକୁ ପରାସ୍ତ କରିବାରେ ବିଫଳ ହେବାରୁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।

ଯୋଜନା ଅନୁସାରେ, ସବୁ ଦେବତା ଏବଂ ନବଗ୍ରହ ଏକ ମୟୂର ରୂପରେ ବିରାଜିତ ହୋଇଥିଲେ । ସେହି ମୟୂର ବହୁତ ଶକ୍ତିଶାଳୀ ଥିଲା। ମୟୂରଟି ବିଶାଳ ରୂପ ଧାରଣ କରି ଅସୁର ସଂଧ୍ୟାକୁ ବଦ୍ଧ କରିଥିଲେ । ସେବେଠାରୁ ମୟୂରକୁ ପୂଜନୀୟ ଓ ପବିତ୍ର ଭାବେ ଗ୍ରହଣ କରାଯାଇଛି ।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories