www.samajalive.in
Saturday, December 6, 2025
16.1 C
Bhubaneswar

ଅନୁରାଗ କଶ୍ୟପ ଯୌନ ଶୋଷଣ ମାମଲା: ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ପାୟଲ ଘୋଷ, ଦାବି କଲେ….

ମୁମ୍ବଇ: ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଛନ୍ତି। ମଙ୍ଗଳବାର ସେ ରାଜ୍ୟପାଳଙ୍କୁ ଭେଟି ନିଜ ଜୀବନ ପ୍ରତି ବିପଦ ଥିବା କହି ୱାଇ ଶ୍ରେଣୀ ସୁରକ୍ଷା ଦାବି କରିଛନ୍ତି।

Image : instagram, PTI

ରାଜ୍ୟପାଳଙ୍କୁ ଭେଟିବା ସମୟର ଫଟୋ ମଧ୍ୟ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ରାଜ୍ୟପାଳ ତାଙ୍କ ପ୍ରସଙ୍ଗରେ ନିଶ୍ଚୟ ପଦକ୍ଷେପ ଗ୍ରହଣ କରି ତାଙ୍କୁ ନ୍ୟାୟ ଦେବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାୟଲ କହିଛନ୍ତି। ପାୟଲଙ୍କ କହିବାନୁସାରେ, ରାଜ୍ୟପାଳ ତାଙ୍କ କଥା ଭଲଭାବେ ଶୁଣିଲେ ଓ ବୁଝିଲେ। ସେ ତାଙ୍କୁ ଏନେଇ ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ରାଜ୍ୟପାଳ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପାୟଲ କହିଛନ୍ତି।

- Advertisement -

ପାୟଲଙ୍କ କହିବାନୁସାରେ, ଅନୁରାଗଙ୍କ ବିରୋଧରେ ଅଭିଯୋଗ ଆଣିବା ପରଠାରୁ ସେ ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରୁଛନ୍ତି। ତେଣୁ ସେ ରାଜ୍ୟପାଳଙ୍କୁ ୱାଇ ଶ୍ରେଣୀ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ପାୟଲଙ୍କ ଅଭିଯୋଗ କରିଥିଲେ ଯେ ୨୦୧୫ରେ ସେ କାମ ପାଇଁ ଅନୁରାଗ କଶ୍ୟପଙ୍କ ନିକଟକୁ ଯାଇଥିବା ସମୟରେ ଅନୁରାଗ ତାଙ୍କ ପ୍ରତି ଖରାପ ତଥା ଅଶାଳୀନ ବ୍ୟବହାର କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories