www.samajalive.in
Saturday, December 6, 2025
16.1 C
Bhubaneswar

ବଲାଙ୍ଗିର ଜିଲାରେ ବିଗୁଡିଛି ଆଇନଶୃଙ୍ଖଳା, ନିଦାବିଷ୍ଣୁ ସାଜିଛି ପୁଲିସ ଓ ପ୍ରଶାସନ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ସମ୍ପ୍ରତି ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଚିନ୍ତାର କାରଣ ସାଜିଛି। ଏପରିସ୍ଥିତିରେ ପୁଲିସ ପ୍ରଶାସନ ନିଦାବିଷ୍ଣୁ ସାଜିବା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯେ ଜିଲାରେ ନିଶା କାରବାର, ଗଞ୍ଜେଇ ଚାଳାଣ, ଦେଶୀ ରନ୍ଧା ମଦର ପ୍ରସାର ଅନେକ ଥର ଗଣମାଧ୍ୟମର ଶିରୋନାମା ପାଲଟିଛି। ରାହାଜାନି, ଡକାୟତି, ଲୁଟତରାଜ ଏକ ସାଧାରଣ ଘଟଣା ପାଲଟିଲାଣି। ଗତ କିଛି ଦିନ ତଳେ ଜିଲା ମୁଖ୍ୟାଳୟ ବଲାଙ୍ଗିର ସହର ମଧ୍ୟରେ ବନ୍ଧୁକ ମୁନରେ ୨ଟି ଦୋକାନରୁ ଲୁଟ ଘଟଣା ସହରବାସୀଙ୍କ ନିଦ ହଜାଇ ଦେଇଛି। ଏପରିପ୍ରେକ୍ଷୀରେ ଜିଲାର କୋଣଅନୁକୋଣର ସ୍ଥିତି ନକହିଲେ ଭଲ। ବିଶେଷ କରି ସଇଁନ୍ତଲା ପୁଲିସର କାରନାମା ହାଟରେ ପଡି ଦାଣ୍ଡରେ ଗଡୁଥିବା ଆଲୋଚନା ହୋଇଛି। ଥାନାର ଜଣେ ଏଏସଆଇ ଅଭିଯୋଗକାରୀଙ୍କୁ କୁକୁଡା ମାଗିବା ନେଇ ବଲାଙ୍ଗିର ଏସପି ନିଲମ୍ବନ କରିଥିଲେ। ଆଉ ଏକ ଘଟଣାରେ ପୂର୍ବରୁ ନିଲମ୍ବନ ହୋଇ କାର୍ଯ୍ୟକୁ ଫେରିଥିବା ଅନ୍ୟ ଜଣେ ଏଏସଆଇ ଅଭିଯୋଗକାରୀଙ୍କୁ କୁକୁଡା ମାଗିବା ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଅଗଷ୍ଟ ୧ରେ ସଇଁନ୍ତଲା ଥାନା ଅନ୍ତର୍ଗତ ନୂଆପଡା ଗାଁର ଲେମ୍ବୁ ସାହୁଙ୍କୁ ଦୁର୍ବୃତ ହତ୍ୟା କରି ଫିଙ୍ଗି ଦେଇଥିଲେ। ଏନେଇ ପୁଲିସ ଅଦ୍ୟାବଧି ଅପରାଧିଙ୍କ ଟେର ପାଉନାହିଁ। ପୂର୍ବରୁ ଲକଡାଉନ ସମୟରେ ଧରପଗଡରେ ରନ୍ଧା ମଦ କାରବାର ସହ ଜଣକର ମଦ ମୃତ୍ୟୁ ଅଭିଯୋଗ ନେଇ ପୁଲିସ ପାଟି ବନ୍ଦ ରଖିଛି। ଦେଓଗାଁ ଅଞ୍ଚଳରେ ଲୁଟ ତରାଜ, ଚୋରୀ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଗତ ୭ ସେପ୍ଟେମ୍ବରରେ ଟିଟିଲାଗଡ ସହର ମଧ୍ୟରୁ ଦିବାଲୋକରେ ଦୁର୍ବୃତ ଜଣେ ଦମ୍ପତିଙ୍କ ଠାରୁ ୧.୨୪ ଲକ୍ଷ ଟଙ୍କା ଲୁଟ କରି ନେବା ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨୨ ସେପ୍ଟେମ୍ବରରେ ଟିଟିଲାଗଡ ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ମରଣାନ୍ତକ ଆକ୍ରମଣ ହୋଇଛି। ତୁରେକେଲା ବ୍ଳକରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସରପଞ୍ଚଙ୍କ ଦ୍ୱାରା ଆକ୍ରମଣର ଅଭିଯୁକ୍ତ ମାନଙ୍କୁ ଏପର୍ଯ୍ୟନ୍ତ ଗିରଫ ନକରିବା ଗତ ୨୫ ସେପ୍ଟମ୍ବରରେ ଟିଟିଲାଗଡ ଥାନା ଅନ୍ତର୍ଗତ ଥଲକା କେନ୍ଦୁପତ୍ର ଫଡିରେ ଜଣେ ପତ୍ର ବନ୍ଧାଳି ଶ୍ରମିକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହିପରି ଜିଲାର ବିଭିନ୍ନ ଥାନ ଅଞ୍ଚଳରେ ଅନେକ ଅସାମାଜିକ କାର୍ଯ୍ୟ ଚାଲିଥିଲେ ମଧ୍ୟ ପୁଲିସ ସେ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀକୁ ଗିରଫ କରିବାରେ ବିଫଳ ହେବା ପୁଲିସ ପ୍ରଶାସନର ପାରିବା ପଣିଆ ପ୍ରତି ଅଙ୍ଗୁଳୀ ନିର୍ଦ୍ଦେଶ କରୁଛି। ଜିଲାରେ ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାକୁ ଲାଗିଥିବା ବେଳେ ପୁଲିସ ମୁଖିଆ ହାତକୁ ହାତ ବାନ୍ଧି ବସି ରହିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପୁଲିସ ନିଜ ଅପାରଗତାକୁ ଢାଙ୍କିବା ପାଇଁ ଆଇନଜୀବୀ, ସାମ୍ବାଦିକଙ୍କ ନାମରେ ମିଥ୍ୟା କେସ ରୁଜୁ କରିବା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories