www.samajalive.in
Saturday, December 13, 2025
23.1 C
Bhubaneswar

ମୋଦୀଙ୍କୁ ଭେଟିବେ ପୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ କଂଗ୍ରେସ, ଏନସିପି ଏବଂ ଶିବସେନା ମଧ୍ୟରେ ମନ୍ଥନ ଚାଲିଥିଲାବେଳେ ଶରଦ ପୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ରାଜ୍ୟରେ କୃଷକମାନଙ୍କ ସମସ୍ୟାକୁ ନେଇ ପୱାର ମୋଦୀଙ୍କ ସହିତ ଆଲୋଚନା କରିବେ। ଦଳର ନେତା ନବାବ ମଲିକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ମଲିକ କହିଛନ୍ତି, ଶରଦ ପୱାର ଦ୍ବିପ୍ରହରରେ ପ୍ରଧାନମନ୍ତ୍ରୀଙ୍କୁ ସଂସଦ ଭବନରେ ଭେଟିବେ। ରାଜ୍ୟରେ କୃଷକମାନଙ୍କୁ ସହାୟତା ଦେବା ଲାଗି ଦାବି କରିବେ। ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ସୋମବାର ଏ ନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଆମେ କୃଷକଙ୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍‌ କରିବେ। ଶରଦ ପୱାରଙ୍କ ନେତୃତ୍ଵରେ ଆମେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବୁ। ସେ ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ଲାଗି ପୱାରଙ୍କୁ ଅନୁରୋଧ କରିଥିଲେ। ମହାରାଷ୍ଟ୍ରର ସମସ୍ତ ସାଂସଦ ମୋଦୀଙ୍କୁ ଭେଟିବେ ଏବଂ ଚାଷୀମାନଙ୍କୁ କେନ୍ଦ୍ର ସରକାର କିପରି ଅଧିକରୁ ଅଧିକ ସହାୟତା ପ୍ରଦାନ କରିବେ ସେନେଇ ପ୍ରୟାସ କରିବେ।

Hot this week

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

Related Articles

Popular Categories