www.samajalive.in
Saturday, December 6, 2025
16.1 C
Bhubaneswar

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ପାତ୍ରପୁର: ପାତ୍ରପୁର ବ୍ଲକ ତଣ୍ଡିପୂର ପଞ୍ଚାୟତ ପୋଲାରଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସଭାପତି ସୁଲୋଚନା ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲା ଅନୁସୂଚିତ ଜନଜାତି ସଂଯୋଜକ ଡ.ସରୋଜ ପାଳ, ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରହରି ଟହଲ ଯୋଗ ଦେଇଥିଲେ। ମୋଟ ୨୨ଟି ପ୍ରକଳ୍ପ ମଧ୍ୟରୁ ଦୁଇଗୋଟି ପ୍ରକଳ୍ପ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନୀତ କରାଯାଇଥିଲା। ଅତିଥି ମାନେ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଓ ସ୍ୱଳ୍ପ ମୂଲ୍ୟର ଜିନିଷ ବ୍ୟବହାର କରି ବିଜ୍ଞାନ ପ୍ରକଳ୍ପ କିପରି ପ୍ରସ୍ତୁତ କରାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପୁରସ୍କୃତ କରାଯିବା ସହିତ ସୋନାଲି ପ୍ରଧାନ ପ୍ରଥମ, ସଞ୍ଚିତା ରାଉତ ଦ୍ବିତୀୟ, ସାଇସେଠୀ ଓ ସାହିଲ ସେଠୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ମନୋନୀତ ହୋଇଥିବା ଦୁଇଟି ପ୍ରକଳ୍ପ ବ୍ଲକ ଓ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ଦୁଇ ଜଣଛାତ୍ରୀ ସୁପ୍ରିୟା ପାତ୍ର ଓ ଦୀପ୍ତି ପ୍ରଧାନ ଅଂଶ ଗ୍ରହଣ କରିବେ।
ଶିଶିର ମହାପାତ୍ର, ପ୍ରଶାନ୍ତ ଦାଶ ଓ ସଞ୍ଜୀବ ମହାପାତ୍ର ବିଚାରକ ଭାବେ ସହଯୋଗ କରିଥିଲେ। କୃଷ୍ଣ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଘନଶ୍ୟାମ ସେଠୀ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରଧାନ ଶିକ୍ଷକ ରାଜେଶ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଓ ପୂର୍ବତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories