ପିପିଲି ମଣ୍ଡଳ ସ୍ତରୀୟ ବିଜ୍ଞାନମେଳା

ପିପିଲି :ପିପିଲି ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଶନିବାର ପିପିଲି ନୋଡାଲ ହାଇସ୍କୁଲ ପରିସରରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀକୁ ନେଇ ଗଠିତ କନିଷ୍ଠ ବିଭାଗରେ ୯୦ଟି ପ୍ରକଳ୍ପ ଏବଂ ନବମ ଓ ଦଶମ ଶ୍ରେଣୀକୁ ନେଇ ଗଠିତ ବରିଷ୍ଠ ବିଭାଗରେ ୭୫ଟି ପ୍ରକଳ୍ପ ଭାଗ ନେଇଥିଲେ ।
ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ବିଜ୍ଞାନମେଳାକୁ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ପିପିଲି ମଣ୍ଡଳ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ଅତିଥି ଭାବେ ବିଧାୟକ ରୁଦ୍ରପ୍ରତାପଙ୍କ ସମେତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା)ର ପ୍ରଧାନ ବୈଜ୍ଞାନିକ ଡ଼ଃ ଚନ୍ଦ୍ରକାନ୍ତ ମିଶ୍ର ଯୋଗଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ବିଜ୍ଞାନ ସଂପର୍କରେ ବହୁ ମୂଲ୍ୟବାନ ପରାମର୍ଶ ଓ ଉପଦେଶ ଦେଇଥିଲେ ।
ସଂପ୍ରତି ମହାକାଶ ଗବେଷଣା କ୍ଷେତ୍ରରେ ଆମ ଦେଶ ଭାରତ ଏବେ ବହୁ ଆଗରେ ଥିବା ସଂପର୍କରେ ସୂଚନା ଦେବା ସହ ବିଜ୍ଞାନ କେବଳ ପୁସ୍ତକରେ ସୀମିତ ନାହିଁ ଏହା ଆମ ଚତୁଃପାଶ୍ୱର୍ ପରିବେଶରେ ଅଛି ବୋଲି କହିଥିଲେ । ବିଜ୍ଞାନ ପାଇଁ କୁସଂସ୍କାର ଓ ଅନ୍ଧବିଶ୍ୱାସ ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ସେମାନେ କହିବା ସହ ସର୍ବଦା ପୁସ୍ତକ ଓ ଶିକ୍ଷକଙ୍କ ସହ ସଂପର୍କ ନିବିଡ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ପିପିଲି ପୌରାଧ୍ୟକ୍ଷ ସେକ୍‍ ବାବୁ, ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ବିଜ୍ଞାନ ଲେଖକ ରବିନ୍ଦ୍ରନାଥ ସ୍ୱାଇଁ, ଜବାହର ବିଦ୍ୟାପୀଠର ପ୍ରଧାନଶିକ୍ଷକ ପୀତବାସ ସେଠୀ, ପିପିଲି ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି, ମଣ୍ଡଳ ସହଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ନାୟକ, ସାହେବ ପାତ୍ର, ସୁକାନ୍ତି ଦେବୀ, ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ବିଜ୍ଞାନମେଳାରେ ବିଚାରକ ଭାବେ ବୀରନରସିଂହପୁର ସ୍ଥିତ ଭାର୍ଗବୀ ହାଇସ୍କୁଲର ସହକାରୀ ଶିକ୍ଷକ ମାନସ କୁମାର ମିଶ୍ର ଓ ପୁରୀ ସ୍ଥିତ ଜିଲା ସ୍କୁଲର ସହକାରୀ ଶିକ୍ଷକ ପ୍ରବୀର କୁମାର ଜେନା ଯୋଗଦେଇ କନିଷ୍ଠ ବିଭାଗରୁ ୨ଟି ଓ ବରିଷ୍ଠ ବିଭାଗରୁ ୪ଟି ଶ୍ରେଷ୍ଠ ପ୍ରକଳ୍ପକୁ ଜିଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକନେତା ବିକ୍ରମ ରଥ, ଜୟପ୍ରକାଶ ପ୍ରଧାନ, ଲକ୍ଷ୍ମୀଧର ସାହୁ, ପିପିଲି ବ୍ଲକର ସିଆର୍‍ସିସି ରମେଶ ଚନ୍ଦ୍ର ଦାଶ, ସଞ୍ଜୟ କୁମାର ଦାଶ, କୁନାଲ ବେହେରା, ଅଜୟ ସେଠୀ, ବଟକୃଷ୍ଣ ସାହୁ, ଚିନ୍ତାମଣୀ ଓଝା, ସୁକାନ୍ତ ନାୟକ, ବୈକୁଣ୍ଠ ବିଶ୍ୱାଳ, ବିଛନ୍ଦ କୁମାର ମହାପାତ୍ର, ରଶ୍ମିରଞ୍ଜନ ସେଠୀ, ସନ୍ତୋଷ କୁମାର ନାୟକ, ଧୁଳି ବେହେରାଙ୍କ ସମେତ ପିପିଲି ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି, ସହକାରୀ ଶିକ୍ଷକ ସତ୍ୟାନନ୍ଦ ଦାଶ, ସହକାରୀ ଶିକ୍ଷୟିତ୍ରୀ ସୌଭାଗ୍ୟଲକ୍ଷ୍ମୀ ନାୟକ, ତପସ୍ୱିନୀ ପରିଡା, ସୁରଞ୍ଜିକା ସ୍ୱାଇଁ, ଗାୟତ୍ରୀ ପ୍ରମାଣିକ ପ୍ରମୁଖ ପରିଚାଳନା କରିଥିଲେ ।

Comments are closed.