www.samajalive.in
Saturday, December 6, 2025
16.1 C
Bhubaneswar

ଗଡ଼ିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଛି ରଥଟଣା। ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଥିଲା। କିନ୍ତୁ ଆଜି ପ୍ରାୟ ସାଢେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ହରିବୋଲ, ହୁଳହୁଳି ଏବଂ ହରହର ମହାଦେବ ଧ୍ବନୀ ସମେତ ଘଣ୍ଟଘଣ୍ଟା ବାଦ୍ୟରେ ସୃଷ୍ଟି ହୋଇଥିଲା ଅଧ୍ୟାତ୍ମିକ ପରିବେଶ। ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍ଗ ରୁକୁଣା ରଥ ଟାଣିଥିଲେ। ଯେଉଁଠାରେ ରଥ ଅଟକୁ ଥିଲା ସେଠାରେ ମଧ୍ୟ ଶ୍ରଦ୍ଧାଳୁମାନେ ନଡ଼ିଆ, କଦଳି, ଧୂପଦୀପ ଦେଇ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।

ଆଜି ଦିନ ସାଢେ ଗୋଟାଏ ବେଳେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଶ୍ରୀଜୀଉ ରଥାରୁଢ ହେବା ପରେ ରଥ ଉପରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆଜି ରାମେଶ୍ବର ମନ୍ଦିରରେ ରଥ ଲାଗିବା ପରେ ଶ୍ରୀଜୀଉ ବିଜେ କରି ସେଠାରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ ବୋଲି ସୂଚନା ମିଳିଛି।
ଗତକାଲି ଅର୍ଥାତ ଶୁକ୍ରବାର ସଂଧ୍ୟାରେ ମହାପ୍ରଭୁଙ୍କ ରୁକୁଣା ରଥକୁ ପ୍ରତିଷ୍ଠା କରାଯାଇଥିଲା । ମୁକ୍ତେଶ୍ବର ମନ୍ଦିର ନିକଟ ମରୀଚି କୁଣ୍ଡରୁ ରଥ ପ୍ରତିଷ୍ଠା ପାଇଁ ଜଳ ନେବା ପରେ ପରମ୍ପରା ଅନୁସାରେ ମରୀଚି କୁଣ୍ଡ ପାଣି ନିଲାମ ହୋଇଥିଲା ।
କରୋନା ମହାମାରୀ ଯୋଗୁଁ ୨୦୨୦ରେ ଏହି ରଥଯାତ୍ରା ସ୍ଥଗିତ ରହିଥିଲା । ସେହିପରି ୨୦୨୧ରେ ଏହା ବିନା ଭକ୍ତରେ ହୋଇଥିଲା । ଏଣୁ ଏବର୍ଷ ଭକ୍ତଙ୍କୁ ଅନୁମତି ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories