www.samajalive.in
Monday, December 15, 2025
15.1 C
Bhubaneswar

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଚାଳକ ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ ତୁରିବୁଡିରୁ ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ଅଞ୍ଚଳକୁ ଟ୍ରାକ୍ଟର ଯୋଗେ ବାଲି ନେଉଥିବାବେଳେ ଦୁର୍ଘଟଣା ଘଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକଙ୍କ ନାମ ମୁନା ନାଇକ(୨୩) ବୋଲି ଜଣାପଡ଼ିଛି। ତୁରିବୁଡି ଇନ୍ଦିରା ଆବାସ କଲୋନୀର ଦଳିତ ଯୁବକ ମୁନା ରବିବାର ଭୋର ସମୟରେ ବାଲି ବୋଝେଇ କରି ମହେନ୍ଦ୍ରଗଡ଼ ଅଞ୍ଚଳକୁ ନେଉଥିଲେ। ଏହି ସମୟରେ ଝଗଡାପଲ୍ଲୀ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ସେ ଚାପି ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ଶୁଣି ସ୍ଥାନୀୟ ଲୋକେ ତାଙ୍କ ମୃତଦେହକୁ ଘରକୁ ନେଇଆସିଥିଲେ। ଖାରିଆଗୁଡା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଜଣାଯାଇଛି। ଗତ କାଲି ରାତିରେ ବୁଡାଗଡ଼ ଗ୍ରାମରେ ଅନୁଷ୍ଠିତ ଠାକୁରାଣୀ ଯାତ୍ରା ଦେଖି ମୁନା ଫେରିଥିଲେ। ତେବେ ରାତି ଅନିଦ୍ରା ଯୋଗୁଁ ଏହିଭଳି ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି। ତିନିଦିନ ପୂର୍ବେ ଏହି ସ୍ଥାନରେ ଅଟୋ ଓଲଟି ନିକଟ କୃଷ୍ଣପୁର ଗ୍ରାମର ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories