ସେବା ସଂସ୍ଥାନ ପକ୍ଷରୁ ଦିବ୍ୟାଙ୍ଗ ପରିବାରକୁ ଟିଣ ପ୍ରଦାନ

ପାତ୍ରପୁର: ଦୁର୍ଗମ ଅଞ୍ଚଳରେ ପାଲ ଟାଣି ଝାଟି ମାଟି ଘରେ ଏକାକୀ ରହୁଥିବା ଦିବ୍ୟାଙ୍ଗ ମାଆ, ଝିଅଙ୍କୁ ସେବା ସଂସ୍ଥାନ ପକ୍ଷରୁ ଘର ନିର୍ମାଣ ପାଇଁ ଟିଣ ପ୍ରଦାନ କରାଯାଇଛି। ରବିବାର ଚିକିଟି ସେବା ସଂସ୍ଥାନର କର୍ମକର୍ତ୍ତାମାନେ ୬୦ କିଲୋମିଟର ଯାଇ ଏହି ପରିବାରକୁ ୧୪ଗୋଟି ଟିଣ ଅଟୋ ଯୋଗେ ବୋହି ନେଇ ପ୍ରଦାନ କରିଛନ୍ତି। ଚାରି ବର୍ଷ ପୂର୍ବେ ଗାଁ ଛାଡିଥିବା ଆଦିବାସୀ ଦିବ୍ୟାଙ୍ଗ ମାଆ ଓ ଝିଅଙ୍କ ଦୁଃଖ ସମ୍ପର୍କରେ ‘ସମାଜ’ରେ ଗତ ଡିସେମ୍ବର ୧୩ ତାରିଖରେ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ଚିକିଟିର ସେବା ସଂସ୍ଥାନ କର୍ମକର୍ତ୍ତାମାନେ ମଣି କାର୍ଜୀ ରହୁଥିବା ଗୋକର୍ଣ୍ଣା ସାହି ନିକଟ ରାଇବାଡ ଦୁର୍ଗମ ସ୍ଥାନକୁ ଗତ ମାସ ୧୭ତାରିଖରେ ପହଞ୍ଚି ଘର ନିର୍ମାଣ ଲାଗି କାଠ ସଂଗ୍ରହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେ କାଠ ସଂଗ୍ରହ କରି ଖମ୍ବ ପୋତିବା ପରେ ଟିଣ ପ୍ରଦାନ କରିଛନ୍ତି। ଯାହା ଫଳରେ ପରିବାର ମୁହଁରେ ହସ ଫୁଟିଛି। ତେବେ ପ୍ରଶାସନ ପକ୍ଷରୁ ମାଆ, ଝିଅ ଦୁହିଁଙ୍କୁ ଆବାସ ଭତ୍ତା କେବେ ମିଳିବ ସେନେଇ ପ୍ରଶ୍ନ ଉଙ୍କି ମାରିଛି।

prayash

ପ୍ରକାଶ ଥାଉକି, ବୁରାତାଲ ପଞ୍ଚାୟତ ହରଡ଼ା ପାଟୁ ନୂଆଁସାହି ଗ୍ରାମର ମଣି କାର୍ଜୀଙ୍କ ସ୍ଵାମୀଙ୍କର ୧୮ ବର୍ଷ ତଳେ ମୃତ୍ୟୁ ଘଟିଥିଲା। ତେବେ ତାଙ୍କୁ ଆବାସ, ଭତ୍ତା, ପରିବାର ମଙ୍ଗଳ ଭଳି ବହୁ ସରକାରୀ ଯୋଜନାରେ ସହାୟତା ମିଳିପାରି ନଥିଲା। ଯାହା ଫଳରେ ମାଆ ଓ ଝିଅ ଗାଁ ଛାଡ଼ି ଜଙ୍ଗଲ ମଧ୍ୟରେ ଏକାକୀ ପାଲ ଟାଣି ଦଦରା ଘରେ ରହୁଥିଲେ।

Comments are closed.