www.samajalive.in
Saturday, December 13, 2025
27.1 C
Bhubaneswar

ସଟ୍ ସର୍କିଟରୁ ଘର ପୋଡି, ସମସ୍ତ ଆସବାବପତ୍ର ପୋଡି ନଷ୍ଟ

ପାତ୍ରପୁର: ପାତ୍ରପୁର ବ୍ଳକ ଅନ୍ତର୍ଗତ ବରଙ୍ଗ ଗ୍ରାମରେ ଗତ ରାତ୍ର ଅଗ୍ନିକାଣ୍ଡ ଘଟି ଗୋଟିଏ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇ ଯାଇଛି। ଗ୍ରାମର ଗୋରିଲା ତ୍ରିନାଥଙ୍କ ଘର ପୋଡି ଯିବାରୁ ଘର ଭିତରେ ଥିବା ସମସ୍ତ ଆସବାସ ପତ୍ର ପୋଡି ଯାଇଛି । ତ୍ରିନାଥଙ୍କ ପତ୍ନୀ ଦୀର୍ଘ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ପୁଅ ବୋହୂକୁ ନେଇ କାମ କରିବାକୁ ମୁମ୍ବାଇ ଚାଲି ଯାଇଛନ୍ତି।

ସେ ଏକାକୀ ଘରେ ରହୁଥିବା ବେଳେ ଗତକାଲି ରାତ୍ର କୌଣସି କାମ ପାଇଁ ଅନ୍ୟ ଜଣକ ଘରକୁ ଯାଇ ଥିଲେ। ଏହି ସମୟରେ ତାଙ୍କ ଘର ମଧ୍ୟରୁ ଧୁଆଁ ବାହାରୁ ଥିବା ପଡୋଶୀ ମାନେ ଦେଖି ପାଟି କରିଥିଲେ। ତାଙ୍କ ପଟି ଶୁଣି ଗ୍ରାମର ଲୋକମାନେ ପହଞ୍ଚି ନିଆଁ ଲିଭାଇବା ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇ ଥିଲେ। ପାତ୍ରପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରି ଥିଲେ। ତେବେ ସଟ ସକ୍ରିଟ ଯୋଗୁଁ ଏହି ଭଳି ଘଟିଥିବା ଆଲୋଚନା ହେଉଛି। ସେ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories