ପାତ୍ରପୁର: ଆଗାମୀ ଦୁଇ ହଜାର ତିରିଶି ସୁଦ୍ଧା ଦୀର୍ଘ ସ୍ଥାୟୀ ଯୋଜନା ମାଧ୍ୟମରେ ଆଗାମୀ ପିଢ଼ିକୁ ସମସ୍ତ ସୁରକ୍ଷା ପ୍ରଦାନ ଲକ୍ଷ ରେ ପାତ୍ରପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ତାଲିମ ଶିବିର ଅନଷ୍ଠିତ ହୋଇ ଥିଲା।ପଂଚାୟତର ଆଗ ଧାଡ଼ିର ଯୋଦ୍ଧା ଯଥା- ଆଶା, ଅଙ୍ଗନବାଡି କର୍ମୀ,ଶିକ୍ଷକ,ସରପଞ୍ଚ,ଏଏନଏମ,ଜିଆରଏସ,ଏମବିକେ ,ପିଇଓ, ଗ୍ରାମସେବକ ଭଳି ବାର ଜଣ ଲେଖାଏଁ ଗୋଟିଏ ପଞ୍ଚାୟତରୁ ନେଇ ମୋଟ ୮ଗୋଟି ପଞ୍ଚାୟତର ଯୋଦ୍ଧା ମାନଙ୍କ ଏକ ଦିନିକିଆ ପଞ୍ଚାୟତସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଥିଲା। ପାତ୍ରପୁର ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତାର ସହ ଅନୁଷ୍ଠିତ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।
୨୦୩୦ ମସିହା ମଧ୍ୟରେ ଦୀର୍ଘ ସ୍ଥାୟୀ ବିକାଶ ଯୋଜନା ପ୍ରକଳ୍ପ ଲକ୍ଷରେ ପଞ୍ଚାୟତରାଜ ବିଭାଗ ତରଫରୁ ପ୍ରତି ପଂଚାୟତକୁ ସମ୍ପୂର୍ଣ୍ଣ ବିକଶିତ କରିବା ନେଇ ପଂଚାୟତ ବିକାଶ ସୁଚକାଙ୍କ ଗଠିତ ହୋଇଛି । କର୍ମଶାଳା ପଞ୍ଚାୟତର ବିକାଶ ନିମନ୍ତେ ୫୭୭ ଗୋଟି ପ୍ରଶ୍ନ ଦିଆଯାଇଛି । ଯାହାକୁ ତାଲିମ ନେଉଥିବା ଆଗ ଧାଡ଼ିର ଯୋଦ୍ଧା ମାନେ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବେ । ଆୟୋଜିତ କର୍ମଶାଳା ରେ ବ୍ଲକ କମ୍ପ୍ୟୁଟର ପ୍ରୋଗ୍ରାମର ଦେବାସିସ ପ୍ରଧାନ ତାଲିମ ପ୍ରଦାନ କରି ସରକାରଙ୍କ ଲକ୍ଷ ପ୍ରତି ପଞ୍ଚାୟତର ସାମୂହିକ ଓ ସମ୍ପୂର୍ଣ୍ଣ ବିକାଶ ବୋଲି ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଇଓ ସ୍ୱରୂପ ରଞ୍ଜନ ମହାନ୍ତି,ପାତ୍ରପୁର ମେଡ଼ିକାଲ ଇନଚାର୍ଜ ଡା.ସମ୍ବିତ ବେଗରାୟ,ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଭୀମାରାଓ ସୋଡି,ସାଇଦତ୍ତ ବେହେରା,ଏପିଓ ପ୍ରଣତି ପାତ୍ର,ସାମାଜିକ ସୁରକ୍ଷା ଅଧିକାରୀ ସ୍ନେହାସିସ ପଟ୍ଟନାୟକପ୍ରମୁଖଙ୍କୁ ସହ ଅନେକ ଉପସ୍ଥିତ ଥିଲେ। କର୍ମଶାଳା ପରିଚାଳନାରେ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ।



