www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରିଟିଶ ଅମଳର ପୋଲ ଭୁଶୁଡ଼ିଲା; ପାତ୍ରପୁର-ଇଚ୍ଛାପୁର ଯୋଗାଯୋଗ ବିଚ୍ଛିନ୍ନ

ପାତ୍ରପୁର: ପାତ୍ରପୁର ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଦେଇ ବ୍ରହ୍ମପୁର ଯାତାୟତ ପଥରେ ଥିବା ବ୍ରିଟିଶ ଅମଳର ବାହୁଦା ନଦୀ ପୋଲ ଭୁସୁଡ଼ିବା ଯୋଗୁଁ ଯାତାୟତ ସମସ୍ୟା ଦେଖାଦେଇଛି। ଓଡ଼ିଶା ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର ଗ୍ରାମ ଦେଇ ପାତ୍ରପୁର ବ୍ଲକ ସହ ଆନ୍ଧ୍ରର ବିଭିନ୍ନ ଅଞ୍ଚଳକୁ ଥିବା ସଡ଼କ ପଥରେ ଇଚ୍ଛାପୁର ଗ୍ରାମ ଦକ୍ଷିଣ ପାର୍ଶ୍ଵ ବାହୁଦା ନଦୀରେ ୯୪ବର୍ଷ ପୂର୍ବେ ଏକ ପୋଲ ନିର୍ମାଣ ହୋଇଥିଲା। ଆଜି ଭୋର୍ ସମୟରେ ଏକ ଟ୍ରଲର ଏହି ପୋଲ ଉପର ଦେଇ ପାର ହେଉଥିବା ବେଳେ ହଠାତ୍ ପୋଲଟି ଭାଙ୍ଗି ଟ୍ରଲର ସହ ନଦୀ ଗର୍ଭକୁ ଖସି ପଡିଥିଲା। ସୌଭାଗ୍ୟବସତଃ କାହାର କିଛି କ୍ଷୟକ୍ଷତି ହୋଇ ନଥିଲା। ପୋଲ ଭାଙ୍ଗିବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଲୋକ ଭଙ୍ଗା ପୋଲ ନିକଟରେ ପହଞ୍ଚିଥିଲେ।

ରାଜାରାଜୁଡ଼ା ଶାସନ ସମୟରେ ପାତ୍ରପୁର ଚିକିଟି ଦିଗହଣ୍ଡିରେ ବହୁ ଗ୍ରାମ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ରହିଥିଲା। ଲୋକମାନେ ଜମିଜମା କାର୍ଯ୍ୟଠାରୁ ଆରମ୍ଭ କରି କୋର୍ଟ କଚେରୀ କାମ, ରେଳଯତ୍ରା ପାଇଁ ଇଚ୍ଛାପୁର ଉପରେ ନିର୍ଭର କରୁଥିଲେ। ଏପରିକି ଏହି ମାତ୍ର ଗୋଟିଏ ପଥ ପାତ୍ରପୁର ସହିତ ଆନ୍ଧ୍ରଠାରୁ ମୁମ୍ବାଇ ଚେନ୍ନାଇକୁ ସଂଯୋଗ ରହିଥିଲା, ଯାହାକୁ ଦେଖି ମାଡ୍ରାସ ପ୍ରେସିଡେନ୍ସି ପକ୍ଷରୁ ୧୯୨୯ ମସିହାରେ ବାହୁଦା ନଦୀରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନାମରେ ପୋଲ ନିର୍ମାଣ କରିଥିଲେ। ଏହି ପୋଲ ଅନତି ଦୂରରେ ପାତ୍ରପୁର ବ୍ଲକ ସୁରଙ୍ଗୀର ତତ୍‌କାଳୀନ ଜମିଦାର ଏକ ନଗର ପ୍ରତିଷ୍ଠା କରି ଲୋକଙ୍କ ସୁଖ ଦୁଃଖ ବୁଝୁଥିଲେ। ଲୋକମାନେ ଏହି ପଥ ଦେଇ ଶଗଡ଼ରେ ପୋଲ ଅତିକ୍ରମ କରି ଇଚ୍ଛାପୁର ଯାଉଥିଲେ। ଏହି ପୁରୁଣା ପୋଲ ଭାଙ୍ଗିଯିବା ଫଳରେ ଇଚ୍ଛାପୁରକୁ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି। ଏବେ ବିଭିନ୍ନ ପ୍ରାନ୍ତରୁ ଇଚ୍ଛାପୁର ଦେଇ ଯାତାୟତ କରୁଥିବା ଲୋକମାନେ ଜାତୀୟ ରାଜପଥ ଦେଇ ଯିବା ସହ ଇଚ୍ଛାପୁର ଯିବାକୁ ପଡ଼ିବ ଏବଂ ଏଥିପାଇଁ ଅଧିକା ପଥ ଅତିକ୍ରମ କରିବାକୁ ହେବ। ପୋଲ ଭାଙ୍ଗିବା ଯୋଗୁଁ ଉପୁଜିଥିବା ସମସ୍ୟାକୁ ଉପଲବ୍ଧି କରି ଆନ୍ଧ୍ରପ୍ରଦେଶ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories