ପାତ୍ରପୁର : ପାତ୍ରପୁର ବ୍ଲକ ଆମ୍ବପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ଜିନିଷ ପୋଡି ଯାଇଥିବା ବେଳେ ଏହାର ତଦନ୍ତ ପାଇଁ ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଗତ ତିନିଦିନ ରବିବାର, ଦୀପାବଳି, ସୂର୍ଯ୍ୟୋପରାଗ ଯୋଗୁଁ ବିଦ୍ୟାଳୟ ଛୁଟି ଫଳରେ ବନ୍ଦ ରହିଥିଲା। ଆଜି ବିଦ୍ୟାଳୟ ଖୋଲିବା ବେଳେ କାର୍ଯ୍ୟାଳୟ ତାଲାଭଙ୍ଗା ହୋଇ କବାଟ ଖୋଲାଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟ ମଧ୍ୟରେ ଆଲମିରା ମଧ୍ୟରେ ଥିବା ପିଲାଙ୍କ ପ୍ରେବେଶ ବହି, ବ୍ୟାଙ୍କ ଖାତା, ଚେକ୍ ବହି, କମ୍ପ୍ୟୁଟର, ପ୍ରିଣ୍ଟର, ସାର୍ଟିଫିକେଟ, ବହି ସମେତ ବହୁ ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦାମୋଦର ଦଳାଇ ଜରଡା ଥାନାରେ ପୋଡ଼ି ସମ୍ପର୍କରେ ଏତଲା ଦେଇଛନ୍ତି। ପୁଲିସ ଏନେଇ ଏକ ମକଦ୍ଦମା ରୁଜୁ କରିବା ସହ ସ୍କୁଲରେ ପହଞ୍ଚି ଅନୁସନ୍ଧାନ କରି ଫେରିଛି। ତେବେ ଏହି ପୋଡି ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ବିଦ୍ୟାଳୟର ଏହି ଗୁରୁତ୍ତ୍ୱପୂର୍ଣ୍ଣ ରେକର୍ଡ କିଏ କାହିଁକି ପୋଡ଼ିଲା ତାହା ପୁଲିସ ତଦନ୍ତ ପରେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।
Popular Categories



