www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ସେବା ଯୋଜନା ଶିବିର ଅନୁଷ୍ଠିତ

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀଭରତପତି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ଏକ ସାତଦିନିଆ ଶିବିର ଅଧକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଯାଇଛି। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୧୭ ତାରିଖ ଯାଏଁ ଚାଲିବ। ଶିବିରରେ ୫୦ ଜଣ ଛାତ୍ରଛାତ୍ରୀ ରହି ପ୍ରଥମେ ମହାବିଦ୍ୟାଳୟ ଓ ପରେ ସାମନ୍ତିଆପଲ୍ଲୀ ଗାଁ ଭିତରେ ସଫେଇ କରି ଲୋକଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିଥିଲେ। ସଫେଇ ସହିତ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ ଛତ୍ରଛାତ୍ରୀ ମାନେ କରିଥିଲେ। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଦାୟିତ୍ୱରେ ଥିବା ଅଧ୍ୟାପିକା ପୂର୍ଣ୍ଣ ପ୍ରଭା ତ୍ରିପାଠୀ ପରିଚାଳନା କରୁଥିବା ବେଳେ ଡା. ଜୟପ୍ରକାଶ ପାଢ଼ୀ ସୁଧାକର ବିଷୋୟୀ, ତପନ କୁମାର ପ୍ରଧାନ ଓ ନିରୂପମା କଣ୍ଡଗିରି ପ୍ରମୁଖ ଶିବିର ପରିଦର୍ଶନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories