www.samajalive.in
Sunday, December 14, 2025
17.1 C
Bhubaneswar

ପତ୍ର ଜାଳି ପୁଇଁ ହେଉଥିବା ବେଳେ ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଭରାଣ୍ଡିଆ ଗ୍ରାମରେ ଘଟିଛି ଅଘଟଣ । ପତ୍ର ନିଆଁରୁ ଶାଢୀରେ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି।ଗୁରୁତର ବୃଦ୍ଧା ହେଲେ କସ୍ତୁରୀ ନାଏକ(୮୦)। ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ଥଣ୍ଡା ପ୍ରକୋପରୁ ରକ୍ଷା ପାଇବା ପାଇଁ ଘର ପାଖରେ ପତ୍ର ଜାଳି ପୁଇଁ ହେଉଥିଲେ । ଅସାବଧାନତା ଯୋଗୁଁ ପିନ୍ଧା ଲୁଗାରେ ନିଆଁ ଲାଗି ଯିବାରୁ ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଅଵସ୍ଥା ଶଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଡ଼ଃ ଶୁଭେନ୍ଦୁ ସାଗର ନାଏକଙ୍କ ସୂଚନା ଅନୁସାରେ ବୃଦ୍ଧାଙ୍କ ଦେହ ପାଖାପାଖି ୬୦ ପ୍ରତିଶତ ପୋଡି ଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories