www.samajalive.in
Saturday, December 6, 2025
14.1 C
Bhubaneswar

ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପରୀକ୍ଷଣ ଶିବିର

ପାଟଣାଗଡ : ସ୍ଥାନୀୟ ରମାଇଁ ହାଇସ୍କୁଲ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବଲାଙ୍ଗିର, ଏଲିମକୋ, ଭୁବନେଶ୍ୱର ପକ୍ଷରୁ ଦିବ୍ୟାଙ୍ଗ ଓ ବିପିଏଲ ବର୍ଗର ବରିଷ୍ଠ ନାଗରିକଙ୍କ ସ୍ୱତନ୍ତ୍ର ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପାଟଣାଗଡ, ବେଲପଡା, ଖପ୍ରାଖୋଲ ବ୍ଲକ ତଥା ପାଟଣାଗଡ ଏନଏସି ଅଞ୍ଚଳର ବହୁ ପୁରୁଷ, ମହିଳା ତଥା ଶିଶୁ ଯୋଗ ଦେଇଥିଲେ। ସମୁଦାୟ ୪୦୯ ଜଣଙ୍କୁ ପଞ୍ଜୀକରଣ କରାଯାଇଥିବା ବେଳେ ୨୫୪ ଜଣଙ୍କୁ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏଲିମକୋ ପକ୍ଷରୁ ୧୪୨ ଜଣ ବିଭିନ୍ନ ବର୍ଗର ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ, ହ୍ୱିଲଚେୟାର, ଆଶା ବାଡି, ୱାକିଙ୍ଗ ଷ୍ଟିକ୍, ଶ୍ରବଣ ଯନ୍ତ୍ର, ବ୍ରେଲିକିଟ ଇତ୍ୟଅଦି ବଣ୍ଟନ କରାବା ନିମନ୍ତେ ଚିହ୍ନଟ କରାଯାଇଛି। ଏହି ଶିବିରରେ ଡା.ଆର.କେ.ବିଶ୍ୱାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧବଳେଶ୍ୱର ଦଳପତି ତଥା ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଲିମକୋ ପକ୍ଷରୁ ଜୁନିୟର ମ୍ୟାନେଜର ଦିଲ୍ଲୀପ କୁମାର ସାମଲ ଓ ତାଙ୍କ ଟିମ୍ ସଦସ୍ୟ ଶିବିରର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories