www.samajalive.in
Sunday, December 7, 2025
14.1 C
Bhubaneswar

ରାଜ୍ୟରେ ଯାଞ୍ଚ ହେଲା ୩୬୦୦ଟି ସୁଲଭ ମୂଲ୍ୟ ଦୋକାନ, ଓଜନ ମାପରେ ୨୬୧ରେ ଅନିୟମିତତା

ଭୁବନେଶ୍ୱର: ସୁଲଭ ମୂଲ୍ୟ ଦୋକାନରେ ଖାଉଟିମାନେ ଯେପରି ଠକାମିର ଶିକାର ନହୁଅନ୍ତି ଏବଂ ସଠିକ ଓଜନର ଦ୍ରବ୍ୟ ପାଆନ୍ତି, ସେଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦେଶ ପାଇବା ପରେ ରାଜ୍ୟର ସବୁ ଜିଲାଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଖିଲାଫକାରୀଙ୍କଠାରୁ ୪ ଲକ୍ଷ ୯୬ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଓଡ଼ିଶା ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନସ୍ଥ ବୈଧ ମାପ ବିଜ୍ଞାନ ନିର୍ଦେଶାଳୟ ପକ୍ଷରୁ ସୁଲଭ ମୂଲ୍ୟ ଦୋକାନରେ ଦ୍ରବ୍ୟ ଓଜନ ନିମନ୍ତେ ବ୍ୟବହୃତ ହେଉଥିବା ଓଜନ ଯନ୍ତ୍ର
ଏବଂ ଉପକରଣଗୁଡ଼ିକର ବ୍ୟାପକ ଯାଞ୍ଚ କରାଯାଇଥିଲା। ଏଥିପାଇଁ ନିର୍ଦେଶାଳୟ ପକ୍ଷରୁ ଜିଲା ଓ ଆର୍‌ଡିସି ଜୋନ ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ କାର୍ଯ୍ୟର ତଦାରଖ ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବରେ ନିୟୋଜିତ କରାଯାଇଥିଲା । ମଇ ମାସରୁ ଆରମ୍ଭ କରାଯାଇଥିବା ଏହି ସ୍ୱତନ୍ତ୍ର ଯାଞ୍ଚବେଳେ ୩୬୦୦ଟି ସୁଲଭ ମୂଲ୍ୟ ଦୋକାନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୨୬୧ଟି ଦୋକାନରେ ଓଜନ ମାପରେ ଅନିୟମିତତା ଜଣାପଡ଼ିଥିଲା ଏବଂ ଆଇନ ଅନୁଯାୟୀ ସେମାନଙ୍କଠାରୁ ଜରିମାନା ଅର୍ଥ ଆଦାୟ କରାଯାଇଥିଲା । ସ୍କ୍ୱାଡ୍‌ ପକ୍ଷରୁ ମାପ ଓଜନ ଯନ୍ତ୍ର ପରୀକ୍ଷା ବାବଦକୁ ୪ ଲକ୍ଷ ୮୬ ହଜାର ୬୧୫ ଟଙ୍କା ଆଦାୟ କରାଯାଇଥିବାବେଳେ ଖିଲାପକାରୀଙ୍କଠାରୁ ଜରିମାନା ବାବଦକୁ କମ୍ପାଉଣ୍ଡିଂ ଫି ଆକାରରେ ୪ ଲକ୍ଷ ୯୬ ହଜାର ୮୦୦ ଟଙ୍କା ଆଦାୟ କରାଯାଇଥିଲା।
ଯାଞ୍ଚ ସମୟରେ ଅଧିକାରୀମାନେ ଉପସ୍ଥିତ ଥିବା ଖାଉଟିମାନଙ୍କୁ ଓଜନ ଯନ୍ତ୍ରର ସଠିକତା ଓ ଏଥିରେ ସରକାରୀ ମୋହର ଓ ପ୍ରାମାଣିକତା ସଂପର୍କରେ ସଚେତନ କରାଇବା ସହିତ ଗ୍ରାହକମାନେ ସର୍ବଦା ଜିନିଷ
କଣିବା ପୂର୍ବରୁ ଓଜନ ମାପ ଯନ୍ତ୍ରକୁ ଭଲ ଭାବେ ପରୀକ୍ଷା କରାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଓଜନ ମାପ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁରହିଛି ବୋଲି ବୈଧ ମାପ ବିଜ୍ଞାନ ନିର୍ଦେଶକ ସତ୍ୟନାରାୟଣ ଦାଶ କହିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories