www.samajalive.in
Wednesday, December 10, 2025
23.1 C
Bhubaneswar

ପରିବା ବିକାଳୀଙ୍କୁ ମରଣାନ୍ତକ ଆକ୍ରମଣ: ଲୁଟି ନେଲେ ବାଇକ୍ ଓ ୮ ହଜାର ଟଙ୍କା

ପାଟଣାଗଡ: ଆଜି ପ୍ରତ୍ୟୁଷରୁ ପାଟଣାଗଡ-ଖପ୍ରାଖୋଲ ରାସ୍ତା ବାଲିପଟା ଏବଂ ବିଲେଇସାଥି ମଧ୍ୟରେ ବାଇକ ଆରୋହୀ ଜଣେ ପରିବା ବିକାଳୀଙ୍କୁ ମରଣାନ୍ତକ ଆକ୍ରମଣ କରି ୨ ଦୁର୍ବୃତ୍ତ ତାଙ୍କ ବାଇକ୍ ଏବଂ ଟଙ୍କା ଲୁଟ୍ କରିନେଇଥିବା ଜଣାଯାଇଛି। ଲୁଟିଆଙ୍କ ଆକ୍ରମଣରେ ବାଇକ ଆରୋହୀ ଯୋଗୀମୁଣ୍ଡା ଗ୍ରାମର ଗୋପ ପଟେଲ ଗୁରୁତର ଆହତ ହୋଇପଡିଥିବା ଜଣାଯାଇଛି।
ପ୍ରକାଶ ଯେ, ଆଜି ପ୍ରତ୍ୟୁଷ ପ୍ରାୟ ୪ ଘଣ୍ଟା ୩୦ ମିନିଟ ବେଳେ ପରିବା ବିକାଳୀ ଗୋପ ନିଜ ଗାଁ ଯୋଗିମୁଣ୍ଡାରୁ ପାଟଣାଗଡକୁ ପରିବା କିଣିବା ପାଇଁ ବାହାରିଥିଲେ। ପାଟଣାଗଡରୁ ପରିବା ନେଇ ସେ ଯୋଗିମୁଣ୍ଡା ଅଞ୍ଚଳରେ ବୁଲି ବୁଲି ବିକ୍ରୀ କରିଥାଆନ୍ତି। ସହରଠାରୁ ପ୍ରାୟ ୫ କିମି ଦୂର ବାଲିପଟା-ବିଲେଇସାଥି ଗାଁ ମଝିରେ ପୂର୍ବରୁ ଛକି ରହିଥିବା ୨ ଜଣ ଦୁର୍ବୃତ୍ତ ପ୍ରଥମେ ସାମ୍ନା ପଟୁ ଗୋପଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେବା ପରେ ସେ ବାଇକ ସହ ରାସ୍ତା ଉପରେ ପଡି ଯାଇଥିଲେ। ଏହାପରେ ୨ ଦୁର୍ବୃତ୍ତ ଲୁହାଛଡ ଏବଂ ଶକ୍ତ ଠେଙ୍ଗାରେ ଗୋପଙ୍କୁ ନିର୍ମମ ଭାବରେ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଗୋପ ପକେଟରେ ରଖିଥିବା ୮ ହଜାର ଟଙ୍କା ସେମାନେ ଲୁଟି ନେବା ସହ ତାଙ୍କର ହିରୋ ଗ୍ଲାମର ବାଇକ ନମ୍ବର ଓଡି-୦୩ଏଲ୍-୬୮୯୦କୁ ନେଇ ଲୁଟିଆ ଦ୍ୱୟ ଘଟଣାସ୍ଥଳରୁ ଫେରାର ମାରିଥିଲେ। ତେବେ ଧସ୍ତାଧସ୍ତି ବେଳେ ତଳେ ପଡିଯାଇଥିବା ଲୁଟିଆମାନେ ଧରିଥିବା ଏକ ଦେଶୀ ପିସ୍ତଲକୁ ପୁଲିସ ଜବତ କରିଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ଗୋପଙ୍କୁ ପାଟଣାଗଡ ଡକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ପାଟଣାଗଡ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories