www.samajalive.in
Friday, December 12, 2025
14.1 C
Bhubaneswar

ଜେଲରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପାଟଣାଗଡ ବିଧାୟକ

ପାଟଣାଗଡ : ଜଣେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠ୍‍-ବସ କରି ଚର୍ଚ୍ଚାରେ ରହିଥିବା ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ପୁଲିସ ନୂଆପଡାରୁ ଗିରଫ କରିବା ପରେ ଗତକାଲି ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ସେଠାରେ ମଙ୍ଗଳବାରି ସେ ହଠାତ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ସ୍ଥାନୀୟ ଉପ କାରାଗାରରେ ଗତକାଲି ଠାରୁ ଦିନ ଗଣୁଥିବା ପାଟଣାଗଡର ନବ ନିର୍ବାଚିତ ବିଧାୟକ ସରୋଜ କୁମାର ମଙ୍ଗଳବାର ଦିନ ପ୍ରାୟ ୩ଟାରେ ହଠାତ୍‍ ତାଙ୍କ ଛାତିର ବାମପଟ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତର ଡାକି ତାଙ୍କୁ ଜେଲରେ ଚିକିତ୍ସା କରାଇଥିଲେ ମଧ୍ୟ ସ୍ୱାସ୍ଥାବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ରାତି ପ୍ରାୟ ୮ ଘଣ୍ଟିକା ସମୟରେ ତାଙ୍କୁ ସ୍ଥାନୀୟ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ଅଂଶୁଘାତ କକ୍ଷରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତେବେ ତାଙ୍କର ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ଚିକିତ୍ସାରତ ଡାକ୍ତରଙ୍କ ଠାରୁ ପ୍ରକାଶ। ଛାତିର ପଞ୍ଜରା ହାଡ ନିକଟରେ ଥିବା ମାଂସପେଶୀର ଏହା ଯନ୍ତ୍ରଣା ହୋଇଥାଇପାରେ ବୋଲି ଡାକ୍ତରମାନେ ଅନୁମାନ କରୁଥିବା ସହ ଆସନ୍ତାକାଲି ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି। ପୁଲିସ ପକ୍ଷରୁ ଡାକ୍ତରଖାନା ପରିସର ଏବଂ ଅଂଶୁଘାତ କକ୍ଷ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories