www.samajalive.in
Friday, December 12, 2025
14.1 C
Bhubaneswar

‘ସମାଜ’ ଫଟୋ ସମ୍ବାଦିକ ବିଶ୍ୱଜିତ ସାହୁଙ୍କ ଅକାଳ ବିୟୋଗ

ରାଉରକେଲା : ସମାଜ ଫଟୋ ସାମ୍ବାଦିକ ବିଶ୍ୱଜିତ ସାହୁ ଓରଫ୍‌ ଜିତୁଙ୍କ (୫୫) ଆଜି ଅକାଳ ବିୟୋଗ ଘଟିଛି। ଗତ କିଛି ବର୍ଷ ଧରି ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ ଥିଲେ। ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଗଦାସ୍ଥିତ ବାସ ଭବନରେ ତାଙ୍କର ବିୟୋଗ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଜିତୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବେଦବ୍ୟାସ ଶ୍ମଶାନ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି।
ବିଶ୍ୱଜିତ ୨୦୦୭ ମସିହାରୁ ସମାଜ ଫଟୋ ସାମ୍ବାଦିକ ଭାବେ ରାଉରକେଲାରେ କାର୍ଯ୍ୟ କରୁଥିଲେ। ତେବେ ଗତ କିଛି ବର୍ଷ ହେଲା ସେ ମଧୁମେହ, ଉଚ୍ଚ ରକ୍ତଚାପ ପରେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରାୟ ଦେଢ଼ ବର୍ଷ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଆଇଜିଏଚ୍‌ ଓ ଅନ୍ୟାନ୍ୟ ହାସପାତାଳରେ ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ମାତ୍ର ଗତ ମାସ ପୁଣି ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ତାଙ୍କୁ ଆଇଜିଏଚ୍‌ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ଆଇଜିଏଚ୍‌ରୁ ଭୁବନେଶ୍ୱର ଆପୋଲୋ ହାସପାତାଳ ଓ କଳିଙ୍ଗ ହାସପାତାଳରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ସୁସ୍ଥ ହୋଇ ପ୍ରାୟ ମାସେ ହେଲା ଘରକୁ ଫେରିଥିଲେ। ଘରେ ରହି ଚିକିତ୍ସିତ ହେଉଥିଲେ। ମାତ୍ର ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଗଦାସ୍ଥିତ ଜେଏଫ୍‌-୧୮୬ ବାସଭବନରେ ବିଶ୍ୱଜିତ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ସସ୍ମିତା ସାହୁ, ପୁତ୍ର ସୌମ୍ୟରଞ୍ଜନ ଓ ଝିଅ ସ୍ୱାଗତିକାଙ୍କ ସମେତ ମା’ ଓ ଭାଇ ଉପସ୍ଥିତ ଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶ୍ୱଜିତଙ୍କ ଘରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ବିଶ୍ୱଜିତ ଜଣେ ଅମାୟିକ ଓ ଅତ୍ୟନ୍ତ ଭଦ୍ର ସ୍ୱଭାବର ବ୍ୟକ୍ତି ଥିଲେ। ଜଗଦା ଅଞ୍ଚଳରେ ନିଜର ଫଟୋ ଷ୍ଟୁଡିଓ ବ୍ୟବସାୟ ରହିଛି। ସେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ଜଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଆଜି ରାତିରେ ବେଦବ୍ୟାସ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ତାଙ୍କ ବିୟୋଗରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ଓ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories