ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଖାରିଗୁଡ଼ା ରାସ୍ତା ନିକଟ ଜଙ୍ଗଲରୁ ମଙ୍ଗଳବାର ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାରୁ ପ୍ରକାଶ ଯେ, ଗତ ରବିବାର ଦିନ ଦ୍ୱିପ୍ରହରରୁ ଘରେ କୌଣସି କାରଣରୁ ଭୁଷଣ ନାୟଙ୍କ ପୁଅ ସୁରେନ ନାୟକ(୧୫) ଘରୁ କେଉଁ ଆଡେ ଚାଲି ଯାଇଥିଲେ। ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର ଖୋଜଖବର ମିଳିନଥିଲା। ମଙ୍ଗଳବାର ସନ୍ଧ୍ୟାରେ ଲୋକ ଯିବା ଆସିବା କରିବା ସମୟରେ ଦୁର୍ଗନ୍ଧ ହେବାରୁ କୌଣସି ଲୋକ ଘଟଣାସ୍ଥଳକୁ ଯାଇ ଦେଖିବା ପରେ ମୃତ ସୁରେନର ବାପାକୁ ଯାଇ ଖବର ଦେଇଥିଲେ। ବାପା ନିଜ ପୁଅର ଝୁଲନ୍ତା ମୃତଦେହ ଦେଖି ଏନେଇ ମୋହନା ଥାନାରେ ଜଣାଇଥିଲେ। ଖବର ପାଇ ମୋହନା ପୁଲିସ ଏଏସଆଇ କାମରାଜୁ ରେଡି ଓ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଥିବା ଥାନା ସୁତ୍ରରୁ ଜଣାପଡିଛି।
Popular Categories



