www.samajalive.in
Saturday, December 6, 2025
15.1 C
Bhubaneswar

ଜଙ୍ଗଲରେ କଟା ଗଛରୁ ଭାଗ ଚାହୁଁଛନ୍ତି ଗ୍ରାମବାସୀ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବୁଢ଼ୀକାପୁଡ଼ି ଗ୍ରାମ ଜଙ୍ଗଲ ମଧ୍ୟରେ ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ମଧ୍ୟରେ କଥା କଟାକଟି ହୋଇଛି। ସୁଚନା ଯୋଗ୍ୟ ଯେ ବୁଢୀକାପୁଡ଼ି ଜଙ୍ଗଲ ମଧ୍ୟରେ କାନପୁର କେନାଲ ଯାଉଛି। ଜଙ୍ଗଲ ବିଭାଗ ବିନା ନୋଟିସରେ ଜଙ୍ଗଲରୁ ୧୩୮ଟି ଶାଳ ଗଛ କାଟି ଦିଆଯାଇଥିଲା। ଏନେଇ ଗ୍ରାମବାସୀ ଖବର ପାଇ ଜଙ୍ଗଲ ମଧ୍ୟକୁ ଯାଇ ଗଛ କାଟୁ ଥିବା କର୍ମଚାରୀଙ୍କୁ ବନ୍ଦ କରିବା ପାଇଁ କହିଥିଲେ। ଯେହେତୁ ଗ୍ରାମବାସୀ ବିଗତ ଶହେ ବର୍ଷ ହେବ ଯତ୍ନ ସହ ଜଙ୍ଗଲକୁ ସୁରକ୍ଷିତ ରଖିଥିଲେ। ସେଥିପାଇଁ ଗଛ କଟାକୁ ବିରୋଧ କରିବାରୁ ବନ ବିଭାଗ ଅଧୀନସ୍ଥ ବନ ନିଗମ କର୍ମଚାରୀ ମାନେ ଗଛ କାଟିବା ବନ୍ଦ କରିଦେଇ ଗଛକୁ ଜଙ୍ଗଲ ମଧ୍ୟରେ ପକାଇ ସେଠାରୁ ପଳାଇ ଯାଇଥିଲେ। ଗ୍ରାମବାସୀଙ୍କ ଦାବି ଯେ ବିଗତ ଶହେ ବର୍ଷର ରଖିଥିବା ଜଙ୍ଗଲରୁ ମାତ୍ର ୫୦ ପ୍ରତିଶତ ଗଛ ଗ୍ରାମବାସୀଙ୍କୁ ଦେବା ଦରକାର ଓ ଗୋଟିଏ ଗଛ ବଦଳରେ ଦୁଇଟି ଗଛ ଲଗାଇ ରକ୍ଷଣାବେକ୍ଷଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories