www.samajalive.in
Monday, December 15, 2025
14.1 C
Bhubaneswar

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଝାରବେଡା ନିକଟରେ ମଙ୍ଗଳବାର ଅପରାହ୍ନରେ ତୁରୁମୁଙ୍ଗା- ଚମ୍ପୁଆ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ଚମ୍ପୁଆ ଆଡକୁ ଯାଉଥିବା ଏକ ଟ୍ରକ୍ ବୁଢିକାପୁଡି ପଞ୍ଚାୟତ ତେନ୍ତୁଳା ଗ୍ରାମରୁ ତୁରୁମୁଙ୍ଗା ବଜାରରକୁ ସାଇକେଲ ଯୋଗେ ଆସୁଥିବା ବିରଞ୍ଚି ଦାସ( ୭୬)ଙ୍କୁ ଜୋରରେ ଧକ୍କା ଦେଇଥିଲା। ଯାହା ଫଳରେ ବିରଞ୍ଚି ୫୦ଫୁଟ ଉପରକୁ ଛିଟିକି ଯାଇ ପାଖରେ ଥିବା ଶିବାଜୀ ବେହେରାଙ୍କ ଟାଇଲ ଛପର ଘର ଉପରେ ପଡି ଶୋଚନୀୟ ମୃତ୍ୟୁ ବରଣ କରିଥିଲେ। ମାତାଲ ଟ୍ରକ ଚାଳକ ଜଣଙ୍କ ବିରଞ୍ଚିଙ୍କ ଜୀବନ ନେବା ପରେ କେତେକ ବିଦ୍ୟୁତ ଖୁଣ୍ଟ ଓ ଗଛ ଭାଙ୍ଗି ମଧ୍ୟ ଫେରାର ହୋଇ ଯାଇଥିବା ବେଳେ ଲୋକେ ଟ୍ରକକୁ ଜ୍ୟୋତିପୁର ନିକଟରେ ଅଟକ ରଖିଛନ୍ତି । ତୁରୁମୁଙ୍ଗା ପୁଲିସ ଝାରବେଡା ଗ୍ରାମର ଶିବାଜୀ ବେହେରାଙ୍କ ଘର ଛପର ଉପରୁ ମୃତ ବିରଞ୍ଚି ଦାସଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣା ଘଟାଇଥିବା ଟ୍ରକକୁ ଜବତ୍ କରିଛି । ଅପରପକ୍ଷରେ ଦୁର୍ଘଟଣାରେ ବିରଞ୍ଚି ଦାସଙ୍କ ମୃତ୍ୟୁକୁ ନେଇ ତେନ୍ତେଳା ଗ୍ରାମର ଓ ଆଖପାଖ ଅଞ୍ଚଳର ଶତାଧିକ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ତୁରୁମୁଙ୍ଗା-ଚମ୍ପୁଆ ରାସ୍ତା ସହ ୪୯ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଯାହାଫଳରେ ଜାତୀୟ ରାଜପଥରେ ଶହଶହ ଯାତ୍ରୀବାହୀ ବସ୍ ଓ ଅନ୍ୟାନ୍ୟ ଯାନବାହାନ ଅଟକି ରହିଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନାଧିକାରୀ ବରେନ୍ଦ୍ର ଶିଅଳ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଥିବା ବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା କୌଣସି ଉପରିସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ରାସ୍ତାରୋକ ଅବ୍ୟାହତ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories