www.samajalive.in
Sunday, December 14, 2025
19.1 C
Bhubaneswar

ପୋଖରୀରେ ବୁଡି ଯୁବକ ମୃତ     

ପାଟଣା : ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ଅନ୍ତର୍ଗତ ବାଲିତୋଟା ଗ୍ରାମର ଭରତ ନାଏକଙ୍କ ପୁଅ ଅଜୟ ନାଏକ (୨୬) ଗତକାଲି ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ବହୁ ବିଳମ୍ବ ହେବାରୁ ଘର ଲୋକେ ପୋଖରୀକୁ ଯାଇ ଦେଖିବାରୁ ପୁଅ ବୁଡି ଯାଇଥିବା ଜାଣିବାକୁ ପାଇଥିଲେ।
ପରିବାର ଲୋକେ ତାକୁ କରଞ୍ଜିଆ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଯାଇଥିଲେ ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରରେ ପର ଦିନ ଏକ ବିବାହ କାର୍ଯ୍ୟ ପାଇଁ ପରିବାର ବ୍ୟସ୍ତ ଥିବାବେଳେ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଥିବାରୁ ସାରା ଗାଁ ସ୍ତବ୍ଧ ହୋଇ ଯାଇଛି। ଶନିବାର ଥିବାରୁ ସେଦିନ ଶବ ବ୍ୟବଚ୍ଛେଦ ହୋଇ ନପାରି ଆଜି ରବିବାର ଶବ ବ୍ୟବଚ୍ଛେଦ ହୋଇ ଥିବା ଜାଣିବାକୁ ମିଳିଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories