www.samajalive.in
Saturday, December 6, 2025
23.1 C
Bhubaneswar

ମହିଳା ନେତୃତ୍ଵ ବିକାଶ ତାଲିମ ଶିବିର ଉଦଯାପିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତ ସଭାଗୃହରେ ହଙ୍ଗର ପ୍ରକଳ୍ପ ପକ୍ଷରୁ ୩ ଦିନିଆ ମହିଳା ନେତୃତ୍ଵ ବିକାଶ ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ଗତ ଗୁରୁବାର ଏହି ଶିବିରକୁ ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକ ଉଦଘାଟନ କରିବା ସହ ଉପସ୍ଥିତ ମହିଳା ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସ୍ଵାଗତ କରିଥିଲେ। ଶିବିରରେ ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକ, ବୁଢ଼ୀକାପୁଡି ସରପଞ୍ଚ ମମତା ନାଏକ, ଚେମାଣା ସରପଞ୍ଚ ହେମଲତା ନାଏକଙ୍କ ସହ ୨ ଜଣ ନାଏବ ସରପଞ୍ଚ ଓ ୨୬ ଜଣ ୱାର୍ଡ ସଦସ୍ୟ ଶିବିରରେ ଯୋଗ ଦେଇଥିଲେ। ହଙ୍ଗର ପ୍ରକଳ୍ପର ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ ସଂଯୋଜିକା ସୁମତି ପିଲା ଶିବିରାର୍ଥିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ସାମାଜିକ ନାଗରିକତା, ଲିଙ୍ଗଗତ ଭେଦଭାବ, ପିତ୍ରୁ ସତ୍ତା, ରାଜନୈତିକ ନାଗରିକତା, ଦେଶର ସମ୍ବିଧାନ, ମୌଳିକ ଅଧିକାର, ୭୩ତମ ସମ୍ବିଧାନ ସଂଶୋଧନ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା, ଦାୟିତ୍ଵ ଓ ଭୂମିକା, ଗ୍ରାମସଭା ଓ ପଲ୍ଲୀସଭା, ଆର୍ଥିକ ପରିଚାଳନା, ନେତୃତ୍ଵ ବିକାଶର ଦକ୍ଷତା, ସମସ୍ୟା ଚିହ୍ନଟିକରଣ ଓ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଶିବିରାର୍ଥିମାନଙ୍କୁ ୩ ଦିନ ଧରି ତାଲିମ ପ୍ରଦାନ କରାଯିବା ସହ ଅନ୍ତିମ ଦିନରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories