www.samajalive.in
Saturday, December 13, 2025
23.1 C
Bhubaneswar

ମହିଳା ନେତୃତ୍ଵ ବିକାଶ ତାଲିମ ଶିବିର ଉଦଯାପିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତ ସଭାଗୃହରେ ହଙ୍ଗର ପ୍ରକଳ୍ପ ପକ୍ଷରୁ ୩ ଦିନିଆ ମହିଳା ନେତୃତ୍ଵ ବିକାଶ ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ଗତ ଗୁରୁବାର ଏହି ଶିବିରକୁ ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକ ଉଦଘାଟନ କରିବା ସହ ଉପସ୍ଥିତ ମହିଳା ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସ୍ଵାଗତ କରିଥିଲେ। ଶିବିରରେ ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକ, ବୁଢ଼ୀକାପୁଡି ସରପଞ୍ଚ ମମତା ନାଏକ, ଚେମାଣା ସରପଞ୍ଚ ହେମଲତା ନାଏକଙ୍କ ସହ ୨ ଜଣ ନାଏବ ସରପଞ୍ଚ ଓ ୨୬ ଜଣ ୱାର୍ଡ ସଦସ୍ୟ ଶିବିରରେ ଯୋଗ ଦେଇଥିଲେ। ହଙ୍ଗର ପ୍ରକଳ୍ପର ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ ସଂଯୋଜିକା ସୁମତି ପିଲା ଶିବିରାର୍ଥିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ସାମାଜିକ ନାଗରିକତା, ଲିଙ୍ଗଗତ ଭେଦଭାବ, ପିତ୍ରୁ ସତ୍ତା, ରାଜନୈତିକ ନାଗରିକତା, ଦେଶର ସମ୍ବିଧାନ, ମୌଳିକ ଅଧିକାର, ୭୩ତମ ସମ୍ବିଧାନ ସଂଶୋଧନ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା, ଦାୟିତ୍ଵ ଓ ଭୂମିକା, ଗ୍ରାମସଭା ଓ ପଲ୍ଲୀସଭା, ଆର୍ଥିକ ପରିଚାଳନା, ନେତୃତ୍ଵ ବିକାଶର ଦକ୍ଷତା, ସମସ୍ୟା ଚିହ୍ନଟିକରଣ ଓ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଶିବିରାର୍ଥିମାନଙ୍କୁ ୩ ଦିନ ଧରି ତାଲିମ ପ୍ରଦାନ କରାଯିବା ସହ ଅନ୍ତିମ ଦିନରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories