www.samajalive.in
Saturday, December 6, 2025
23.1 C
Bhubaneswar

ଅମଳିନା ପ୍ରିୟଦର୍ଶିନୀ ଶ୍ରେଷ୍ଠ ସ୍ନାତକ

ପାଟଣା: ସଶସ୍ତ୍ର ସେନା ଚିକିତ୍ସାଳୟ ପୁନେର ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ଡି-୩ ବ୍ୟାଚର ୧୦୨ ପୁଅ ଓ ୨୫ ଜଣ ଝିଅ ଏଠାରୁ ନିଜର ଏମବିବିଏସ୍ ଡିଗ୍ରୀ ପ୍ରାପ୍ତ କରିଛନ୍ତି। ଦେଶର ଏକମାତ୍ର ସଶସ୍ତ୍ର ସେନା ଚିକିତ୍ସାଳୟ ପୁନେରେ ରହିଛି। ଉକ୍ତ ମହାବିଦ୍ୟାଳୟର ଛାତ୍ରୀ ଅମଳିନା ପ୍ରିୟଦର୍ଶିନୀ ଚଳିତ ବର୍ଷ ଶ୍ରେଷ୍ଠ ସ୍ନାତକ ଘୋଷିତ ହୋଇ ପାଟଣା ନିର୍ବାଚନ ମଣ୍ଡଳୀର ଗୌରବ ବୃଦ୍ଧି କରିଛନ୍ତି। ଏହି ମହାବିଦ୍ୟାଳୟର ଅଧିନାୟିକା ଦାୟିତ୍ୱ ତୁଲାଇଥିବା ସାହାରପଡା ବ୍ଲକ ଗଦଗଦି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡମ୍ବରୁଧର ମହାନ୍ତ ଓ ଜଗବନ୍ଧୁ ମହାନ୍ତଙ୍କ ଜ୍ୟୋଷ୍ଠା ନାତୁଣୀ ହୋଇଥିବା ଅମଳିନାଙ୍କ ପିତା ଡମ୍ବରୁଧର ଅମରେଶ ବାୟୁସେନାର ଗ୍ରୁପ କ୍ୟାପଟେନ ଅଛନ୍ତି।

ଅମଳିନା ଗତ ୨୦୨୦ ଜୁନରେ ନିଜ ମାତା ଗୀତାଞ୍ଜଳୀଙ୍କୁ ଏକ ଦୁର୍ଘଟଣାରେ ହରାଇଥିବା ବେଳେ ନିଜେ ଗୁରୁତର ଚିକିତ୍ସା ପରେ ନିଜର ଅଧ୍ୟବସାୟ ଜାରି ରଖିଥିଲେ। ପୁରସ୍କାର ଆକାରରେ ସେ ମହାମହିମ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣପଦକ, କଳିଙ୍ଗ ଟ୍ରଫି, ସେନା ସ୍ୱର୍ଣ୍ଣ ପଦକ, ମେଡିସିନ ସ୍ୱର୍ଣ୍ଣପଦକ ଆଦି ପ୍ରାପ୍ତ ହେବା ସମଗ୍ର କେନ୍ଦୁଝର ଜିଲା ପାଇଁ ଗୌରବ ଆଣିଦେଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories