www.samajalive.in
Friday, December 12, 2025
14.1 C
Bhubaneswar

ନିଜେ ଅର୍ଥ ହଡପ କରି ରଚିଥିଲା ଲୁଟର ନାଟକ, ପୁଲିସ ଜେରାପରେ ସତ ଓଗାଳିଲା ଅଭିଯୁକ୍ତ

ପାଟଣା : ଭାରତ ଫାଇନାନ୍ସ ଇନକ୍ଲୋଜନ ଲିମିଟେଡ଼ କରଞ୍ଜିଆ ଶାଖା ପରିଚାଳକ ରଞ୍ଜନ କୁମାର ସାହୁଙ୍କ ଦ୍ବାରା କମ୍ପାନୀର କ୍ଷେତ୍ର କର୍ମଚାରୀ ଅଜୟ କୁମାର ସାହୁ ଙ୍କ ଠାରୁ ରାହିଡିହା ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ପାଟଣା ଥାନାଧିକାରିଣୀ ସଂନ୍ଧ୍ୟାରାଣୀ ଜେନା ଲୁଟର ଶିକାର ହୋଇଥିବା ଭାରତ ଫାଇନାନ୍ସର ର କ୍ଷେତ୍ର କର୍ମଚାରୀ ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗ୍ରାମର ଭଗବାନ ସାହୁ ଙ୍କ ପୁଅ ଅଜୟ କୁମାର ସାହୁ (୨୩) ଙ୍କୁ ଥାନାକୁ ଡକାଇ ବ୍ୟାପକ ଜେରା କରିବା ପରେ ଲୁଟ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ଅଜୟ ମାନି ଯାଇଛି । ଅଜୟ ନିଜେ ମାମୁ ଘର ନିଳାପୁର ସମ୍ପର୍କୀୟ ଘରେ ଟଙ୍କା ରଖିଥିବା ଜଣାପଡିବା ପରେ ପାଟଣା ପୋଲିସ ନିଳାପୁର ଯାଇ ଅଜୟ ଙ୍କ ସମ୍ପର୍କୀୟ ଙ୍କ ଘରୁ ୧ଲକ୍ଷ ୫୦ହଜାର ୧ଶହ ୯୩ଟଙ୍କା ସହ ତା ନିଜ ପଖରେ ରଖିଥିବା କମ୍ପାନୀର ୯ହଜାର ଟଙ୍କା କୁ ମଧ୍ୟ ଜବତ କରିଛି । ଅନ୍ୟ ପକ୍ଷରେ ବାଲେଶ୍ବର ସଦର ଥାନା ଅଞ୍ଚଳରେ ସମାନ ଘଟଣା ଘଟାଇ ଅଜୟ କମ୍ପାନୀ ଟଙ୍କାରେ ବୁଲେଟ କିଣିଥିବା ଜଣାପଡିଛି । ପୋଲିସ ଅଜୟ ଠାରୁ ଗୋଟିଏ ବୁଲେଟ ଓ ଗୋଟିଏ ପେସନ ପ୍ରୋ ବାଇକ୍ ସହ ଗୋଟିଏ ଟାବଲେଟ , ଗୋଟିଏ ମୋବାଇଲ ଓ କମ୍ପାନୀ କାଗଜପତ୍ର ମଧ୍ୟ ଜବାବ କରିଛି । ଶୁକ୍ରବାର ଘଟଗାଁ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ପାଟଣା ଥାନାଧିକାରିଣୀ ସଂନ୍ଧ୍ୟାରାଣୀ ଜେନାଙ୍କ ଉପସ୍ଥିତି ରେ ଏହି ସୂଚନା ଦେବା ସହ ଅଭିଯୁକ୍ତ ଭାରତ ଫାଇନାନ୍ସ କମ୍ପାନୀ ର ଅଜୟ କୁମାର ସାହୁ ଙ୍କୁ ଠକେଇ ଓ ଲୁଟ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories