ଗୁଆହାଟୀ : ଆସାମ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି) ସଂଯୋଜକ ପ୍ରତୀକ୍ ହାଜେଲାଙ୍କୁ ମଧ୍ୟପ୍ରଦେଶକୁ ବଦଳି କରାଯିବ। ହାଜେଲାଙ୍କୁ ସର୍ବାଧିକ ସମୟ ପାଇଁ ମଧ୍ୟପ୍ରଦେଶକୁ ବଦଳି କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହଜେଲାଙ୍କ ଜୀବନ ପ୍ରତି ବିପଦ ଥିବା ଓ ଧମକମାନ ମିଳୁଥିବା ଯୋଗୁଁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଏସ୍.ଏ. ବୋବଡେ ଏବଂ ଆର୍.ଏଫ୍. ନରିମାନଙ୍କ ଖଣ୍ଡପୀଠ ଶ୍ରୀ ହଜେଲାଙ୍କୁ ଆନ୍ତଃ କ୍ୟାଡର ଭିତ୍ତିରେ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ହଜେଲା ଆସାମରେ ଜାତୀୟ ନାଗରିକ ପଞ୍ଜିକାର ପ୍ରକାଶନର ଚୂଡ଼ାନ୍ତ କାର୍ଯ୍ୟ ସହ ସମ୍ପୃକ୍ତ ଥିଲେ। ଗତବର୍ଷ ଅଗଷ୍ଟ ୩୧ ତାରିଖରେ ଏନ୍ଆର୍ସି ପ୍ରକାଶ ପାଇଥିଲା।
ଆସାମ ଏନ୍ଆର୍ସି ସଂଯୋଜକ ପ୍ରତୀକ୍ ହାଜେଲାଙ୍କୁ ବଦଳି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Popular Categories



