www.samajalive.in
Friday, December 5, 2025
17.1 C
Bhubaneswar

୮୦ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ହେବ ପରୀକ୍ଷା

ସମାଜ ଡିଜିଟାଲ ଡେସ୍କ: ଶିକ୍ଷକ ହେବାର ସ୍ୱପ୍ନ ଦେଖିଥିବା ଲକ୍ଷଲକ୍ଷ ଆଶାୟୀଙ୍କ ସ୍ୱପ୍ନ ଏବେ ପୂରଣ ହେବ । ବିହାରରେ ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବାକୁ ଯାଉଛି ପରୀକ୍ଷା । ଶିକ୍ଷାମନ୍ତ୍ରୀ ସୁନୀଲ କୁମାର ନିର୍ଦେଶ ଦେଇଛନ୍ତି ଯେ ଟିଆରଇ-୪ (ଶିକ୍ଷକ ନିଯୁକ୍ତ ପରୀକ୍ଷା ପର୍ଯ୍ୟାୟ ୪) ଅନୁଯାୟୀ ଅଗଷ୍ଟ ୧୦ରୁ ପରୀକ୍ଷା କରାଯିବ । ଏହି ପରୀକ୍ଷା ବିହାର ପବ୍ଲିକ ସର୍ଭିସ୍‍ କମିଶନ(ବିପିଏସ୍‍ସି) ଦ୍ୱାରା ପରିଚାଳିତ ହେବ । ପୂର୍ବରୁ ଟିଆରଇ ୩ ପୋଷ୍ଟିଂ ପରେ ଜୁନ୍‍ ୩୦ ପର୍ଯ୍ୟନ୍ତ ସିଟ୍‍ ଗଣନା କରାଯିବ । ଯାହା ପରେ ପରୀକ୍ଷା ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ ।

ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଟିଆରଇ ୩ ଅନୁଯାୟୀ ଖାଲି ପଡିଥିବା ପଦବୀଗୁଡିକୁ ଟିଆରଇ ୪ରେ ଯୋଡାଯିବ । ଏହା ପ୍ରାର୍ଥୀମାନଙ୍କୁ ଅଧିକ ସୁଯୋଗ ଦେବ । ଟିଆରଇ ୪ ଅଧୀନରେ ୮୦ହଜାରରୁ ଅଧିକ ପଦବୀ ପୂରଣ କରାଯିବ । ଟିଆରଇ ୪ ପରୀକ୍ଷା ଅଫଲାଇନ୍‍ ମୋଡରେ ଅନୁଷ୍ଠିତ ହେବ । ଯେଉଁଥିରେ ଓଏମ୍‍ଆର ଆଧାରିତ ପ୍ରଶ୍ନପତ୍ର ରହିବ । ପରୀକ୍ଷାରେ ୧୫୦ ମାର୍କର ପ୍ରଶ୍ନ ରହିବ । ଯେଉଁଥିରେ ୫୦ମାର୍କ ସାଧାରଣ ଅଧ୍ୟୟନରୁ ଏବଂ ୧୦୦ମାର୍କ ସମ୍ପୃକ୍ତ ବିଷୟରୁ ରହିବ । ଏହି ପରୀକ୍ଷାରେ କୌଣସି ନେଗେଟିଭ୍‍ ମାର୍କିଂ ହେବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଶାୟୀ ମାନେ ବିପିଏସ୍‍ସିର ଅଫିସିଆଲ ୱେବସାଇଟରେ ଟିଆରଇ ୪ ପାଇଁ ଆବେଦନ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି । ବିହାରରେ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories