www.samajalive.in
Saturday, December 6, 2025
14.1 C
Bhubaneswar

ସଫଦରଜଙ୍ଗ ହସ୍ପିଟାଲରେ ଜଣେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଡିଆରଏଫ ଟିମ୍

ନୂଆଦିଲ୍ଲୀ : ସଫଦରଜଙ୍ଗ ହସ୍ପିଟାଲରେ ହାଡ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା (ଡିଆରଏଫ) ଟିମ୍ ତାଙ୍କୁ ଉଦ୍ଧାର କରି ପୁଣି ସେହି ବିଭାଗରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁଯାୟୀ, ସଫଦରଜଙ୍ଗ ହସ୍ପିଟାଲର ତୃତୀୟ ମହଲାର ୨୯ ନମ୍ବର ୱାର୍ଡ ଝରକାର ତାଜାରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ନିଜକୁ କରୋନା ପଜିଟିଭ୍ କହିବା ସହ ନିକଟକୁ କେହି ଆସିଲେ ସେ ନିଜ ହାତ ମରିଯିବେ ବୋଲି ଚିତ୍କାର କରିଥିଲେ। ରବିବାର ଦିନ ପ୍ରାୟ ୩ଟାରେ ଦିଲ୍ଲୀ ଅଗ୍ନିଶମ ସେବାର କଣ୍ଟ୍ରୋଲ ରୁମକୁ ଏନେଇ ଖବର ଦିଆଯାଇଥିଲା। ପରେ ଦିଲ୍ଲୀ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ରୋଗୀକୁ ପୁଣି ହାଡ ବିଭାଗରେ ଭର୍ତ୍ତି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories