www.samajalive.in
Saturday, December 6, 2025
16.1 C
Bhubaneswar

ତିନି ଡ଼ାକ୍ତରଖାନା ବୁଲିଛନ୍ତି ୬୧ତମ ସଂକ୍ରମିତ 

ଭୁବନେଶ୍ବର (ବ୍ୟୁରୋ) : ରାଜ୍ୟର ଚିହ୍ନଟ ୬୧ତମ କରୋନା ସଂକ୍ରମିତ ବାଲେଶ୍ବର ଜିଲାର ଏବଂ ସେ ଡ଼ାକ୍ତରଖାନାରେ ଭର୍ତି ହେବା ପୂର୍ବରୁ ବାଲେଶ୍ବର ଜିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ତାଙ୍କର ଗସ୍ତ ବିବରଣୀରୁ ଜଣାପଡ଼ିଛି ଯେ ସେ ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡ ଯାଇଥିଲେ । ଏହାପରେ ସେ ଆଉ କେଉଁକେଉଁ ଆଡ଼େ ଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏପ୍ରିଲ ୭ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ଜିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡ଼ାକ୍ତରଙ୍କ ସହ ପରାମର୍ଶ ପାଇଁ ଯାଇଥିଲେ।  ଏହାପରେ ସେ ପୁନର୍ବାର ୧୩ ତାରିଖରେ ସେହି ଡ଼ାକ୍ତରଖାନାକୁ ଯାଇଥିଲେ ମାତ୍ର ଜ୍ବର ନ କମିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ଯିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ସେଠାରୁ ସେ ଏକ ଘରୋଇ ଗାଡ଼ିରେ ଆସି ଭୁବନେଶ୍ବର ଆପୋଲୋ ଡ଼ାକ୍ତରଖାନରେ ଭର୍ତି ହୋଇଥିଲେ ।

ଏପ୍ରିଲ ୧୪ ତାରିଖ  ଦିନ ସକାଳେ ଆପୋଲୋ କର୍ତ୍ତୃପକ୍ଷ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲେ । ତେବେ କ୍ୟାପିଟାଲ ହସ୍ପିଟାଲ ସେହିଦିନ ୨ଟା ୩୦ ମିନିଟ୍‌ରେ ତାଙ୍କୁ  କିମ୍‌ସ  କୋଭିଡ ହସ୍ପିଟାଲକୁ ରେଫର କରିଥିଲେ । ବ୍ୟକ୍ତି ଜଣଙ୍କ ଏପ୍ରିଲ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ କିମ୍‌ସ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ । ଏପ୍ରିଲ ୧୬ ତାରିଖରେ ଡିସ୍‌ଚାର୍ଜ ହୋଇଥିଲେ ।  ପୁଣି ଅସୁସ୍ଥ ହେବାରୁ ୧୬ ତାରିଖ ଦିନ ଏମ୍‌ସ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ସେହିଦିନ ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ୧୮ ତାରିଖରେ ନମୁନା ରିପୋର୍ଟରୁ ସେ କୋଭିଡ-୧୯ ପଜିଟିଭ୍ ବୋଲି ଜଣାପଡିଥିଲା। ବର୍ତ୍ତମାନ ସେ ସଂପୃକ୍ତ ବ୍ୟକ୍ତି ( ୬୧ ତମ ପଜିଟିଭ୍) କିମସ୍‌ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories