www.samajalive.in
Saturday, December 6, 2025
15.1 C
Bhubaneswar

ଷ୍ଟିଲ ସିଟିରେ ସବୁଜ ଦୀପାବଳି,ବାଣ ଫୁଟାଇଲେ ଅମାନିଆ!

ସାରନଗରୀ: କରୋନା କାଳରେ ଆଜି ଷ୍ଟିଲ ସିଟି ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ସାରନଗରୀ, ନବକୃଷ୍ଣନଗର, ବାଲିଯୋଡ଼ି, ଜଲଦା, ଆଇଡ଼ିଏଲ, ମଡର୍ଣ୍ଣ ଇଣ୍ଡିଆ, ଦେଓଗାଁ ସମେତ ବିଭିନ୍ନ କଲୋନୀ ଓ ଶତାଧିକ ବସ୍ତି ଅଂଚଳର କୋଣ ଅନୁକୋଣରେ ସବୁଜ ଦୀପାବଳି ପାଳିତ ହୋଇଛି । ସବୁଆଡ଼େ ବନ୍ଧୁ, ପରିଜନଙ୍କ ସହ ଦୀପାବଳୀ ପାଳିଥିଲେ ଲୋକେ । ଆଲୋକର ଏହି ପର୍ବରେ ସବୁଠି ସବୁଠି ଝଲମଲ କରୁଥିଲା ଏଲଇଡ଼ି ଲାଇଟ ଓ ମାଟିଦୀପ । ସହରର ବିଭିନ୍ନ ସାମାଜିକ ଓ ସାଂସୃତିକ ଅନୁଷ୍ଠାନ, ଘରୋଇ ଶିକ୍ଷାନୁଷ୍ଠାନ, କ୍ଲବ, ବ୍ୟବସାୟିକ ସ୍ଥଳରେ କୋଭିଡ଼ ନିୟମରେ ଦୀପାବଳୀ ପାଳନ ହେବା ଖବର ମିିଳିଛି । ଅପରପକ୍ଷରେ, ରାଜ୍ୟସରକାରଙ୍କ ପକ୍ଷରୁ ଚଳିତ ବର୍ଷ ବାଣଫୁଟାକୁ ସମୂର୍ଣ୍ଣ ଭାବେ ନିଶିଦ୍ଧ କରାଯାଇଥିଲେହେଁ, ସରକାରଙ୍କ ନିୟମାବଳୀକୁ ଫୁ କରି ଦେଇଛନ୍ତି ଅମାନିଆ! ସଂଧ୍ୟା ୭ଟା ପରେ ରାଉରକେଲାରେ ବାଣର ଢୋ, ଢା ଶଦ୍ଦ ଶୁଭିବାକୁ ମିଳିଥିଲା ଚୋରା ବାଣରେ ଦୀପାବଳି ପାଳିଛନ୍ତି ଏପରି ଅମାନିଆ ମାନେ! ପୁଲିସ ପକ୍ଷରୁ ଏଭଳି ଉଦଭ୍ରାନ୍ତ ଯୁବକ ମାନଙ୍କୁ କାବୁ କରିବାକୁ ଉଦ୍ୟମ ସହରସାରା ଜାରିି ରହିଛି । ସେହିପରି ରାଉରକେଲାରେ ଅଧିକାଂଶ ପରିବାର ମୁରୁଜରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିବା ସହ ଦୀପ ପ୍ରଜ୍ଜଳନ ଓ ମିଷ୍ଟାନ ବାଂଟି ଦୀପାବଳୀକୁ ପାଳନ କରିଛନ୍ତି । ଏହି ଖବର ଲେଖା ହେବା ପର୍ୟ୍ୟନ୍ତ କୌଣସି ଅପ୍ରିତିର ଘଟଣା ଏଯାଏ ସାମନାକୁ ଆସିନାହିଁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories