www.samajalive.in
Sunday, December 7, 2025
26.1 C
Bhubaneswar

ଅବକାରୀ ବିଭାଗ ର ଚଢ଼ାଉ ; ୧୩୦୦ କେଜି ପୋଚ ନଷ୍ଟ , ୩୦୦ ଲିଟର ମହୁଲି ମଦ ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଓ ସଦର ଅବକାରୀ ବିଭାଗ ପକ୍ଷରୁ  ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦଭାଟି ଭାଙ୍ଗିବା ସହ ୧୩୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି । ଏହାସହ ମଦଭାଟିରେ ଗଚ୍ଛିତ ଥିବା ୩୦୦ ଲିଟର ମହୁଲି ମଦ ଜବତ କରାଯାଇଛି । ଚଢ଼ାଉ ସମୟରେ ଅବକାରୀ ବିଭାଗ କୁ ଦେଖି ମଦ ମାଫିଆ ଆଗୁଆ ମଦଭାଟି ଛାଡି ଫେରାର ହୋଇଯାଇଥିବା ବେଳେ ଅବକାରୀ ବିଭାଗ ମଦଭାଟି ଭାଙ୍ଗି ମଦରନ୍ଧା ସରଞ୍ଜାମ ଜବତ କରିଛି । ଏହି ଚଢ଼ାଉ ସମୟରେ ଭାଲିଆଡିହା ଗ୍ରାମରୁ ୧ ହଜାର କେଜି ପୋଚ ନଷ୍ଟ କରିବା ସହ ୨୦୦ ଲିଟର ମହୁଲି ମଦ ଜବତ କରିଛନ୍ତି । ସେହିପରି ହରିହରପୁର ଗ୍ରାମରୁ ୩୦୦ କେଜି ପୋଚ ନଷ୍ଟ କରି ସେଠାରୁ ୧୦୦ ଲିଟର ମହୁଲି ମଦ ଜବତ କରିଛନ୍ତି । ଏହି ଚଢ଼ାଉରେ ଅବକାରୀ ଭ୍ରାମ୍ୟମାଣ ଚଢାଉ ଦଳ ନିରୀକ୍ଷକ ବେଣୁଧର ସାମଲ ଓ ପାଟଣା ଅବକାରୀ ଥାନା ଅଧିକାରୀ ଦିଲିପ କୁମାର ତାଣ୍ଡି ନେତୃତ୍ୱ ନେଇଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories