www.samajalive.in
Saturday, December 6, 2025
14.1 C
Bhubaneswar

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ କୁଆଝରଣ ଜୁଆଙ୍ଗ ଗ୍ରାମ ପରିଦର୍ଶନ

ପାଟଣା :କେନ୍ଦ୍ର ଆଦିବାସୀ ବ୍ୟାପାର , କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା କେନ୍ଦୁଝର ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ଦ୍ୱିତୀୟ ଦିନରେ ହରିଚନ୍ଦନପୁର ବ୍ଲକର‌ ଜୁଆଙ୍ଗ ଅଧ୍ୟୁଷିତ କୁଆଝରଣ ଗ୍ରାମ ପରିଦର୍ଶନ କରିଛନ୍ତି। ପ୍ରଥମେ ଜୁଆଙ୍ଗ ମାନଙ୍କ ଆର୍ଥିକ ସ୍ଥିତି ଓ ଚଳଣି ଅନୁଧ୍ୟାନ କରିବା ପରେ ସେମାନଙ୍କ ଆବଶ୍ୟକତା ପଚାରି ବୁଝିଛନ୍ତି । ବହୁ ଗରିବ ଜୁଆଙ୍ଗ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବାରୁ ମନ୍ତ୍ରୀ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନଥିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ସ୍ଥାନୀୟ ବାସିନ୍ଦା ଦାବୀ କରିଥିଲେ। ଏହି ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବରିଷ୍ଠ ବିଜେପି ନେତା କୈଳାସ ନାଏକ,ମାନସ ନାଏକ,ସସ୍ମିତା ପ୍ରଧାନ,ଦୀପକ କୁମାର ଜେନା,ମନୋଜ କୁମାର ମହାନ୍ତ, ପ୍ରେମପ୍ରକାଶ ମୁଣ୍ଡା, ରଜତ ପ୍ରଧାନ,ବିଚିତ୍ର ମହାକୁଡ଼,ଦୀପକ ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories