www.samajalive.in
Saturday, December 6, 2025
14.1 C
Bhubaneswar

୨୨ ଘରିଆ ହାତୀପଲ, ଭାଙ୍ଗିଲେ ଘର ଓ ବାଇକ

ପାଟଣା : ପାଟଣା ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନାହିଁ। ଏହି ହାତୀପଲ ମିରିଗିଖଜି ଗ୍ରାମ ଇଲାକାରେ ଧାନ ବୋଇତାଳୁ ଚାଷ ନଷ୍ଟ କରିବା ସହ ରେଙ୍ଗାଳବେଡା ଜଙ୍ଗଲରେ ଡେରା ପକାଇଛନ୍ତି।  ହାତୀପଲରୁ ଗୋଟିଏ ଦନ୍ତାହାତୀ ମିରିଗିଖଜି ଗ୍ରାମର କଳାକର ମହାନ୍ତଙ୍କ ଘର ଝରକା ଭାଙ୍ଗିବା ଜାଣି  ପରିବାର ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ।  ରେଙ୍ଗାଳବେଡାରେ ହାତୀପଲଙ୍କୁ ଦେଖିବାକୁ ଯାଇଥିବା ଲୋକ ମାନଙ୍କର ୨ ଟି ବାଇକ ଟେକି କଚାଡି ଦେବା ସହ ରାଗରେ ଗୋଟିଏ ବାଇକ ମାଡି ଦେଇ ଆଇନା ଭାଙ୍ଗି ଦେଇଛି ହାତୀ। ଅଞ୍ଚଳରେ ୨୨ ଘରିଆ ହାତୀପଲଙ୍କ ଉପସ୍ଥିତି କାରଣରୁ ଚାଷୀ ମାନେ ଚିନ୍ତାରେ ଥିବା ବେଳେ ଆଖାପାଖ ଗ୍ରାମବାସୀଙ୍କୁ ଜୀବନ ବଞ୍ଚାଇବା ପାଇଁ ରାତି ଅନିଦ୍ରା ହେବାକୁ ପଡୁଛି। ହାତୀମାନଙ୍କୁ ଜଙ୍ଗଲକୁ ତୁରନ୍ତ ଘଉଡାଇବା ପାଇଁ ସାଧାରଣରେ ଦାବି ହୋଇଛି। ବନବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories