ପାଟଣା : ଓଡିଶା ମିଲେଟ ମିଶନ କେନ୍ଦୁଝର ଓ କୃଷି ବିଭାଗର ସହାୟତାରେ ମାଣ୍ଡିଆ ଓ ପୃଷ୍ଟି ଶସ୍ୟ ଫସଲର ଉତ୍ପାଦନ ଓ ଅଭିବୃଦ୍ଧି ନିମନ୍ତେ ସାହାରପଡା ବ୍ଲକର କାର୍ୟ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ସି ୱାଇ ଏସ୍ ଡି ଦ୍ୱାରା ଶୁକ୍ରବାର ବଡ଼ବିଲ ଗ୍ରାମପଞ୍ଚାୟତର ମାଟିଆଗୁନି ଗ୍ରାମ ଠାରେ ଚାଷୀ ମାନଙ୍କୁ ମାଣ୍ଡିଆ ବିହନ ବଣ୍ଟନ କାର୍ୟ୍ୟର ଶୁଭାରମ୍ଭ କରାଯାଇଛି। ଏଥିରେ ବ୍ଲକ ସଂଯୋଜିକା ସମ୍ବିତ ପ୍ରଜ୍ଞା ପରିମିତା ସହ ସଂଯୋଜିକା ପ୍ରିତୀ ନନ୍ଦା, ବେଉରା ସି ଆର ପି ପାର୍ଥସାରଥୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୋଟ ୧୮ ଜଣ ଚାଷୀଙ୍କୁ ୧୮ କି ଗ୍ରା ମାଣ୍ଡିଆ ବିହନ ବଣ୍ଟନ କରାଯିବାବେଳେ ଚଳିତ ଋତୁରେ ସାହାରପଡା ବ୍ଲକର ୭ ଟି ଗ୍ରାମ ପଞ୍ଚାୟତରେ ୪୦୦ ହେକ୍ଟର ଜମିରେ ଉକ୍ତ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି।



