ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗୋରାସ ଗ୍ରାମରେ ଏସ୍ଏଚଜି ଅର୍ଥ ହେରଫେର ମାମଲାରେ ଜଣେ ମହିଳା ଗିରଫ ହୋଇଛନ୍ତି। ଗିରଫ ମହିଳା ଗୋରାସ ଗ୍ରାମର ସୁନାଫୁଲ ସେଠୀ(୪୫) ବୋଲି ଜଣାପଡିଛି। ସେ ଏସ୍ଏଚଜି ଅର୍ଥ ହେରଫେର କରିଥିବା ବେଳେ ତାଙ୍କ ନାମରେ ୨୦୨୧ ମସିହାରେ ମାମଲା ଥିଲା। ଏବେ ଓ୍ବାରେଣ୍ଟ ଜାରି ହୋଇଥିଲା। ସାହାରପଡା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା ଗୋରାସ ଗ୍ରାମରୁ ସଂପୃକ୍ତ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
Popular Categories



