www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରକ ଧକ୍କାରେ ଯୁବକ ମୃତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ତଳରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଆମପଡ଼ାର ଦିତିକୃଷ୍ଣ ଚନ୍ଦନ।
ସୂଚନାଯୋଗ୍ୟ, କଣ୍ଟାବାଞ୍ଜି ସହରର ୱେରହାଉସରୁ ଚାଉଳ ଲୋଡ଼ କରି କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ଚାଉଳ ଲୋଡ଼ – ଅନଲୋଡ଼ ଗୋଦାମକୁ ଯାଉଥିବା ବେଳେ ରେଲୱେ ଟ୍ରାକ୍ କୁ ଲାଗିଥିବା ବଙ୍ଗୋମୁଣ୍ଡା ଫାଟକ ତଳଶତନାମୀ ପଡା ନିକଟରେ ଯୁବକକୁ ଧକ୍କା ଦେଇଥିଲା ଟ୍ରକ। ଫଳରେ ଘଟଣା ସ୍ଥଳରେ ହିଁ ଦିତିକୃଷ୍ଣ ଚନ୍ଦନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଘଟିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ହେବାରୁ କଣ୍ଟାବାଞ୍ଜି ପୁଲିସ ଆସି ଲୋକଙ୍କୁ ବୁଝାସୁଝା କରିଥିଲା। କଣ୍ଟାବାଞ୍ଜି ଥାନାରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ମୃତ ଯୁବକଙ୍କ ବାପା ମକାରଦ୍ବଜ ଚନ୍ଦନଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରାଙ୍କ ଠାରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories