ଭୁବନେଶ୍ୱର : ପ୍ରକାଶ ପାଇ ସାରିଛି ମାଟ୍ରିକ ଫଳାଫଳ। ଚଳିତବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ବାଜିମାତ୍। ଛାତ୍ରୀଙ୍କ ପାସ୍ ହାର ୯୭.୦୫% ଓ ଛାତ୍ରଙ୍କ ପାସ୍ ହାର ୯୫.୭୫%। ସେହିପରି ଏ୧-୪,୧୫୮,ଏ୨-୨୯,୮୩୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବି୧-୭୭,୫୬୭,ବି୨-୧,୧୮,୭୫୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସିଗ୍ରେଡରେ ୧,୨୧,୬୧୧, ଡିଗ୍ରେଡରେ ୯୫୦୦୬, ଇ ଗ୍ରେଡରେ ୬୧୪୭୪ ପାସ କରିଛନ୍ତି। ୩ ହଜାର ୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ। କଟକ ଓ ଜଗତସିଂହପୁର ଜିଲାରେ ପାସ୍ହାର ସର୍ବାଧିକ ୯୭.୯୯%। ମାଲକାନଗିରିରେ ସବୁଠାରୁ କମ୍ ରେଜଲ୍ଟ। ପାସ୍ହାର ୯୨.୬୩%। ଷ୍ଟେଟ୍ ଓପନ୍ ସ୍କୁଲ୍ ପାସ୍ହାର ୭୫.୦୭%। ମଧ୍ୟମା ୮୫.୯୪% ପାସ୍ହାର ରହିଛି।
୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪। ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪। ଫଳ ପ୍ରକାଶ ପରେ ଦ୍ୱନ୍ଦ୍ୱ ଦୂର ପାଇଁ କଣ୍ଟ୍ରୋଲ ରୁମ୍ ନଂ ଜାରି କରାଯାଇଛି। ଦ୍ୱନ୍ଦ୍ୱ ଦୂର ପାଇଁ କଣ୍ଟ୍ରୋଲ ରୁମ୍ ନଂ ୦୬୭୧-୨୪୧୫୪୬୦। www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ।
ମାଟ୍ରିକ ଫଳାଫଳ ; କଟକ,ଜଗତସିଂହପୁର ଜିଲାରେ ପାସ୍ହାର ସର୍ବାଧିକ
Popular Categories



