www.samajalive.in
Saturday, December 6, 2025
15.1 C
Bhubaneswar

ବୌଦ୍ଧ ବ୍ରିଜଛକ ଡକାୟତି ଘଟଣା.. ୨ ଗିରଫ

ବୌଦ୍ଧ : ବୌଦ୍ଧ ସହରର ବ୍ରିଜ ଛକ ଠାରେ ହୋଇଥିବା ଡକାୟତି ଘଟଣାରେ ବୌଦ୍ଧ ପୁଲିସ ୨ ଜଣକୁ ଗିରଫ କରିଛି। ସୂଚନା ମତେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ କୁକୁଡା ବାହାଲି ଗ୍ରାମର ଦଣ୍ଡୁଆ ପ୍ରଧାନ ଓ ତାଙ୍କର ଆଠ ଜଣ ସାଙ୍ଗ ଗତ ୧୫ ତାରିଖରେ ଚନ୍ଦାହାଣ୍ଡି ଠାରୁ ଏକ ବସ ଯୋଗେ ବୌଦ୍ଧ ଆସି ବିଳମ୍ବିତ ରାତ୍ରିରେ ବ୍ରିଜଛକ ଠାରେ ଓହ୍ଲାଇ ନିଜ ଗ୍ରାମକୁ ଯିବା ପାଇଁ ଗାଡିକୁ ଆପେକ୍ଷା କରିଥିଲେ। ଏହି ସମୟରେ ତିନି ଜଣ ଅଜଣା ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ପୁଲିସର ପରିଚୟ ଦେଇ ବ୍ୟାଗରେ କଣ ଅଛି ଚେକ କରିବୁ କହି ବ୍ରିଜଛକ ଠାରେ ଥିବା ଯାତ୍ରୀ ନିବାସ ପାଖକୁ ନେଇଯାଇଥିଲେ। ସେଠାରେ ପିସ୍ତଲ ଓ ଛୁରୀ ଦେଖାଇ ମାଡମାରି ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ୩୨ ଶହ ଟଙ୍କା ନେଇ ପଳାଇଥିଲେ। ଏନେଇ ଦଣ୍ଡୁଆ ପ୍ରଧାନ ଗତ ୧୬ ତାରିଖରେ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେଶ ନଂ ୨୦୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ପୁଲିସ ବୌଦ୍ଧ ସହରର ବଗିଚା ସାହିର ପବନ ମିଶ୍ର ଓ ଅନୁଗୁଳ ସହରର ଶିମିଳପଡାର ଏସକେ ତାହିରକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ,ଛୁରୀ, ୨ଟି ମୋବାଇଲ ଫୋନ, କିଛି ଟଙ୍କା ଜବତ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମାଧବା ନନ୍ଦ ନାୟକ ପ୍ରକାଶ କରିବା ସହ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories