www.samajalive.in
Saturday, December 6, 2025
14.1 C
Bhubaneswar

ଦନ୍ତା ଉପଦ୍ରବ, ବିଳମ୍ବିତ ରାତିରେ ଭାଙ୍ଗିଲା ମଠ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତର ରଘୁବେଡା ବୈଠାଟାଙ୍ଗର ଡ୍ୟାମ ଠାରେ ଥିବା ଅଲେଖ ମହିମା ମଠରେ  ଏକ ଗୋଠଛଡା ଦନ୍ତା ପଶି ଘର ଭାଙ୍ଗି ଦେଇଥିବା ବେଳେ ଅନ୍ୟ ଏକ ଘରର ଗ୍ରିଲ ଓ ଝରକା ତାଡି ଦେଇ ବ୍ୟାପକ କ୍ଷତି ଘଟାଇଛି । ଏହା ସହ ମଠରେ ଥିବା ଆମ୍ବ, ପଣସ ଓ ଧାନ ଚାଉଳ ଖାଇ ତିନି ଘଣ୍ଟା ଧରି ଜଗି ରହିବା ପରେ ଦନ୍ତାଟି ମଠରୁ ବାହାରି ଥିଲା । ମଠର ମହନ୍ତ ଲକ୍ଷ୍ମୀଧର ଦାସ ଘଣ୍ଟା ଟିଣ ବଜାଇ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଛତିଆ ଏବଂ ରଘୁବେଡା ଗାଁର ଲୋକ ପହଞ୍ଚି ଦନ୍ତା ହାତୀକୁ ଘଉଡ଼ାଇ ଥିଲେ । ତେବେ ଦନ୍ତାଟି ଆଖପାଖ ଗ୍ରାମରେ ବ୍ୟାପକ କ୍ଷତି ଘଟାଉଥିବାରୁ ବନ ବିଭାଗ ଦନ୍ତାକୁ ଅନ୍ୟତ୍ର ଘଉଡାଇବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ଏହା ସହ ବନବିଭାଗ ମଠର କ୍ଷୟକ୍ଷତି ଆକଳନ କରି ମଠ ମହନ୍ତଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି ହୋଇଛି । ପୁନଶ୍ଚ କେନ୍ଦୁଝର ବନଖଣ୍ଡ ତରଫରୁ ସତର୍କ ସୂଚନା ଦିଆଯାଇଛି , ବଣୁଆ ହାତୀ ପଲ  ପିପିଳିଆ, ଦାଣ୍ଡିପଶି, ମଥୁରାପଶି ଜଙ୍ଗଲରେ ଥିବାରୁ ଲୋକ ମାନେ ରାତିରେ ଘରୁ ପଦାକୁ ନବାହାରିବାକୁ ସୂଚନା ଦିଆଯାଇଛି । ହାତୀ ପଲଙ୍କ ସୂଚନା ପାଇଲେ ୬୩୭୦୫୯୨୦୯୯ ନମ୍ବର ଜଣାଇବାକୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories