www.samajalive.in
Sunday, December 7, 2025
23.1 C
Bhubaneswar

ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ଅଭିନବ ପ୍ରୟାସ

ପାଟଣା : ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଜଙ୍ଗଲ ଜଳିବା ଆରମ୍ଭ ହେଲାଣି। ପାଟଣା ରେଞ୍ଜର ଅଧିକାଂଶ ଜଙ୍ଗଲ ଏବେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଜଳିବା ସହ ଅନେକ ଗଛ ନଷ୍ଟ ସହ ବନ୍ୟପ୍ରାଣୀଙ୍କ ଜୀବନ ବିପଦ ରେ ପଡିଛି। ଲୋକେ ନିଜ ନିଜ ଘର କାମ ସାରି ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲକୁ ପାଳି କରି ଜଗି ବସୁଛନ୍ତି ଗ୍ରାମର ମହିଳା ଏବଂ ପୁରୁଷ। ନିହ୍ନୁଆଁ ଗାଁ ନିକଟରେ ୨୪୦ ଏକର ପରିମିତ ଜାଗାରେ ରହିଛି ସଂରକ୍ଷିତ ଜଙ୍ଗଲ । କିଛି ଦିନ ତଳେ ଜଙ୍ଗଲରେ ନିଆଁ ଲାଗି ଶହଶହ ଗଛ ନଷ୍ଟ ହୋଇଯାଇଥିଲା। କିଛି ଦୁର୍ବୁତ୍ତ ଜଙ୍ଗଲରେ ମଦ୍ୟପାନ ସହଧୂମ୍ରପାନ କରିବାରୁ ନିଆଁ ଲାଗି ଜଙ୍ଗଲ ଜଳି ଯାଇଥିଲା । ଗ୍ରାମବାସୀ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଜଙ୍ଗଲରେ ସଚେତନତାର ପୋଷ୍ଟର ଲଗାଇବା ସହ ଜଂଗଲକୁ ସୁରକ୍ଷା ଦେବାପାଇଁ ଜଙ୍ଗଲକୁ ଜଗି ରହୁଛନ୍ତି। ପୋଷ୍ଟର ଲଗାଯିବା ପରେ ଜଙ୍ଗଲରେ ନିଆଁ ଲାଗିବା କମିବା ସହ ଦୁର୍ବୁତ୍ତ ମାନେ ଜଂଗଲ ଭିତରକୁ ଆସିବାକୁ ଭୟ କରୁଥିବା କହିଛନ୍ତି ଗ୍ରାମବାସୀ।  ଗ୍ରାମବାସୀଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। କେନ୍ଦୁଝର ଡିଏଫଓ ଧନରାଜ ଏଚ, ଡି ମଧ୍ୟ ଗ୍ରାମବାସୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁ ସ୍ତରରେ ଜଙ୍ଗଲ ପ୍ରତି ଲୋକଙ୍କ ଏପରି ଭଲ ପାଇବା ରହିଲେ ଆଗକୁ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories